ଡାଇବେଟିସ ଆଶଙ୍କା ହ୍ରାସ କରିବ କଫି !
ଡାଇବେଟିସ ସମସ୍ୟା ଏବେ ଖୁବ ବଢିବାରେ ଲାଗିଛି । ଏହାକୁ ସାଧାରଣ ରୋଗ ଭାବନ୍ତୁ ନାହିଁ । ଏହି କାରଣରୁ ଅନେକ ସମସ୍ୟା ଦେଖାଯାଇଥାଏ । ଡାଇବେଟିସ ଏକା ଆସେ ନାହିଁ । କିଛି ଦିନ ଏପରି ରୋଗରେ ଆକ୍ରାନ୍ତ ହେବାପରେ ଉଚ୍ଚ ରକ୍ତଚାପ, ହୃଦ ରୋଗ, ସ୍ନାୟୁ ରୋଗ, ସ୍ମୃତିହାସ ରୋଗ, ଯୌନଶକ୍ତି ହ୍ରାସ, ସଂକ୍ରମଣ ରୋଗ, ଚର୍ମ ରୋଗପରି ବହୁ ରୋଗ ଶରୀରରେ ବସା ବାନ୍ଧନ୍ତି । ତେଣୁ ଏଥିପ୍ରତି ଖୁବ ଯତ୍ନବାନ ରହିବା ଆବଶ୍ୟକ ।
ଆପଣ ଜାଣନ୍ତି କି ଡାଇବେଟିସ ରୋଗୀଙ୍କ ପାଇଁ କଫି ବେଶ ଲାଭଦାୟକ । ତେଣୁ ଏହି ସମସ୍ୟା ଥିବା ବ୍ୟକ୍ତି ପ୍ରତିଦିନ ସକାଳୁ କଫି ସହ ଦିନ ଆରମ୍ଭ କରିବା ଉଚିତ । କଫିରେ ଥିବା ପୋଷକ ତତ୍ତ୍ୱ ଡାଇବେଟିସ ଆଶଙ୍କାକୁ ହ୍ରାସ କରିବାରେ ସହାୟକ ହୋଇଥାଏ ।
ଚୀନର ଗବେଷକମାନେ ଏହା ପ୍ରକାଶ କରିଚନ୍ତି ଯେ ପ୍ରତିଦିନ ଏକ କପ କଫି ପିଇଲେ ଟାଇପ-୨ ଡାଇବେଟିସ ଆଶଙ୍କାକୁ ହ୍ରାସ କରିହେବ । ଗବେଷକମାନେ ଟାଇପ-୨ ଡାଇବେଟିସ ହୋଇଥିବା ଏକ ନିୟୁତ ଲୋକଙ୍କୁ ନେଇ ଏକ ଗବେଷଣା କରିଥିଲେ । ଏହି ଲୋକଙ୍କ ମଧ୍ୟରୁ ଯେଉଁମାନେ ନିୟମିତ କଫି ପିଉଥିଲେ ସେମାନଙ୍କଠାରେ ୩୦ ପ୍ରତିଶତ କମ ଡାଇବେଟିସ -୨ର ହେବାର ଦେଖାଯାଇଥିଲା । ଏହା ସହିତ କଫି ମଧ୍ୟ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ ।