କେଶକୁ ଘନ ଏବଂ ଲମ୍ବା କରିବା ପାଇଁ ବ୍ୟବହାର କରନ୍ତୁ ଦହି ଏବଂ ଅଲିଭ ଅଏଲର ହେୟାର ପ୍ୟାକ ।
ପ୍ରତ୍ୟେକ ଝିଅ ଲମ୍ବା କେଶ ସହିତ ଘନ ଏବଂ ଚମକ ଚାହାଁନ୍ତି । କିନ୍ତୁ ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଏହା ସମ୍ଭବ ହୋଇପାରି ନଥାଏ । କାରଣ ଆମ ନିକଟରେ ସମୟର ଘୋର ଅଭାବ । ଅଧିକ କାମ ହେତୁ ଆମେ ଆମ କେଶର ଯତ୍ନ ନେଇପାରି ନଥାଉ । କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ଦେବୁ ଯାହା ଦ୍ୱାରା ଆପଣ କେଶକୁ ଘନ ଏବଂ ଲମ୍ବା କରିପାରିବେ ।
ଦହି ଆମ କେଶ ପାଇଁ ଖୁବ ଲଭଦାୟକ । ଏଥିରେ ଆଂଟି ଫଙ୍ଗଲ ଗୁଣ ରହିଥାଏ, ଯାହା ଆମ କେଶକୁ ରୂପି ସମସ୍ୟାରୁ ମୁକ୍ତି ଦେଇଥାଏ । ତେବେ ଏହାକୁ କିଭଳି ବ୍ୟବହାର କରିବେ ଆସନ୍ତୁ ଆଲୋଚନା କରିବା ।
ପ୍ରଥମେ ଦୁଇକପ ପାଣିରେ ଗୋଟିଏ ଲେମ୍ବୁର ରସକୁ ମିଶାଇ ଅଲଗା ରଖନ୍ତୁ । ଏବେ ଦହି ଏବଂ ଅଲିଭ ଅଏଲକୁ ଏକା ସାଙ୍ଗରେ ମିଶାନ୍ତୁ ।
ରଖିଥିବା ଲେମ୍ବୁ ରସରେ ଏହି ମିଶ୍ରଣକୁ ମିଶାନ୍ତୁ ।
ଏହି ମାସ୍କକୁ କେଶ ମୂଳରେ ୪୫ ମିନିଟ ପାଇଁ ଲଗାଇ ଛାଡ଼ି ଦିଅନ୍ତୁ । ଏହାପରେ ଥଣ୍ଡା ପାଣିରେ କେଶକୁ ଧୋଇ ସାମ୍ପୁ କରନ୍ତୁ ।