Only for Entertainment

କୁକୁର କାମୁଡିଲେ ତୁରନ୍ତ ଆପଣାନ୍ତୁ ଏହି ଉପାୟ, ସଂକ୍ରମଣରୁ ମିଳିବ ମୁକ୍ତି !

49

କୁକୁର କାମୁଡିଲେ ହାଇଡ୍ରୋଫୋବିଆ ଭଳି ମାରାତ୍ମକ ରୋଗ ହୋଇଥାଏ । ତେବେ ରାସ୍ତାକଡରେ ବୁଲୁଥିବା କୁକୁରଙ୍କୁ କାବୁରେ ରଖିବା ଆମ ହାତରେ ନାହିଁ । କିନ୍ତୁ ଏମାନେ କାମୁଡିବା ପରେ ଆମେ କଣ କରି ପାରିବା ତାହା ଆମ ହାତରେ ଅଛି । ବେଳେ ବେଳେ ଏମିତି ପରିସ୍ଥିତ ହୋଇଥାଏ ଆମେ ତୁରନ୍ତ ଡାକ୍ତରଖାନାରେ ପହଂଚିପାରେନି । ତେଣୁ ଡାକ୍ତରଖାନା ଯିବା ପୂର୍ବରୁ କିଛି ଘରୋଇ କିଛି ପ୍ରାଥମିକ ଉପଚାର କରିପାରିବେ, ଯାହାଦ୍ୱାରା ଆପଣଙ୍କ ଶରୀରରେ ଇନଫେକସନ୍ ହେବାରୁ ରୋକି ପାରିବେ ।

ଏବେ ନଜର ପକାନ୍ତୁ କିଛି ତୁରନ୍ତ ପ୍ରାଥମିକ ଉପଚାର ଉପରେ 

• ଯେଉଁ ଜାଗାରେ କୁକୁର କାମୁଡିଥିବ , ସର୍ବ ପ୍ରଥମେ ସେ ସ୍ଥାନକୁ ଜୋର ଜୋରରେ ପାଣି ଛାଟି ଧୋଇ ସଫା କରିଦିଅନ୍ତୁ । ଏଭଳି କରିବା ଦ୍ୱାରା ସେ ସ୍ଥାନରେ କୌଣସି ପ୍ରକାରର ଇନଫେକ୍ସନ ହେବାର ଆଶଙ୍କା ରହିବ ନାହିଁ ।

• ସେହିଭଳି ଯଦି ଆପଣଙ୍କ ଘରେ ଆଂଟିବ୍ୟାକ୍ଟେରୀଆଲ ସାବୁନ ଥିବ, ତେବେ କୁକୁର କାମୁଡିଥିବା ଜାଗାରେ ଏହି ସାବୁନକୁ ଲଗାଇ ଉକ୍ତ ସ୍ଥାନଟିକୁ ଭଲଭାବରେ ସଫା କରିଦିଅନ୍ତୁ । ଏହାଦ୍ୱାରା ମଧ୍ୟ ଆପଣଙ୍କୁ ବହୁତ ଫାଇଦା ମିଳିବ । ଏଥି ସହିତ ହିଁ ଯଦି ଘରେ ସ୍ପିରିଟ୍ କିମ୍ବା ଆଲକୋହଲ ଥିବ ତେବେ ତାକୁ ବି କ୍ଷତ ସ୍ଥାନ ସଫା କରିବା ପାଇଁ ବ୍ୟବହାର କରିପାରିବେ । ଆଉ ଏଭଳି କରିବାର ତୁରନ୍ତ ବାଦ୍ ଡାକ୍ତରଙ୍କ ସହ ଯୋଗାଯୋଗ କରିବା ନିହାତି ଆବଶ୍ୟକ ।

• ଏହାବ୍ୟତୀତ ଯଦି ଉକ୍ତ କ୍ଷତ ସ୍ଥାନରୁ ବହୁତ ଜୋରରେ ରକ୍ତସ୍ରାବ ହେଉଛି ତେବେ ଏଭଳି ପରିସ୍ଥିତିରେ ରକ୍ତକୁ ବନ୍ଦ କରିବା ପାଇଁ କ୍ଷତ ସ୍ଥାନକୁ ଏକ ସଫା କପଡାରେ ଜୋରରେ ବାନ୍ଧି ଦିଅନ୍ତୁ ।

ହେଲା କି, କୁକୁର କାମୁଡିଥିବା ସ୍ଥାନକୁ ଭଲ ଭାବରେ ସଫା ରଖିବା , ଯାହାଦ୍ୱାରା କି ଇନଫେକ୍ସନ ହେବନାହିଁ । କ୍ଷତ ସ୍ଥାନକୁ ସଫା କରି ତୁରନ୍ତ ଆଂଟିବାୟୋଟିକ୍ କ୍ରିମ ଲଗାନ୍ତୁ , ଯାହାଦ୍ୱାରା ଇନଫେକ୍ସନ ହେବାର ଆଶଙ୍କା କମ ରହିବ ।

• ସେହିଭଳି ଆଂଟିବାୟୋଟିକ୍ କ୍ରିମ ଲଗାଇବା ପରେ କ୍ଷତ ଜାଗାକୁ ବ୍ୟାଣ୍ଡେଜ କପଡାରେ ଭଲ ଭାବରେ ବାନ୍ଧି ଦିଅନ୍ତୁ । ଏହାଦ୍ୱାରା ଘାରେ କୌଣସି ପ୍ରକାରର ଇନଫେକ୍ସନ ହେବ ନାହିଁ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଭଳି କରିବାର ତୁରନ୍ତ ବାଦ୍ ଡାକ୍ତରଙ୍କ ପରାମର୍ଶ ଲୋଡିବା ନିହାତି ଜରୁରୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More