ଭାଇରାଲ ଭିଡିଓ: ଲାଇଭ ସୋ’ରେ ଉପସ୍ଥାପିକାଙ୍କ ମୁଣ୍ଡରେ ଆସି ବସିଲା ପକ୍ଷୀ
ଭାବନ୍ତୁ ତ ଏକ ଟିଭିରେ ଲାଇଭ୍ ସୋ’ ଚାଲଥିବ,ଏପରି ସ୍ଥଳରେ ଏକ ପକ୍ଷୀ ଆକସ୍ମିକ ଭାବେ ଆସି ଉପସ୍ଥାପିକାଙ୍କ ମୁଣ୍ଡରେ ବସିଯିବ ତେବେ କ’ଣ ହେବ? ଏପରି ଘଟଣା ବାସ୍ତବରେ ଘଟିଛି।
ସେନ୍ ଡିୟାଗୋର କେଏଫଏମବି-ଟିଭିରେ ସକାଳେ ଏକ ଲାଭଭ୍ ସୋ’ ଚାଲିଥିଲା। ଏହି ସୋ’ର ସେଗ୍ମେଣ୍ଟ ‘ଚିଡିଆଘର ଦିବସ’ ଥିଲା। ଦୁଇଜଣ ଆଙ୍କର ନିକେଲ ମେଡିନା ଓ ଏରିକ କାନହର୍ଟ ଏହି ସୋ’କୁ ପରିଚାଳନା କରୁଥିଲେ। ହଠାତ୍ ଏକ ବିଦେଶୀ ପକ୍ଷୀ ଆସି ଉପସ୍ଥାପିକା ମେଡିନାଙ୍କ ମୁଣ୍ଡରେ ବସି ପଡ଼ିଥିଲା। ଏହାକୁ ଦେଖି ଲାଇଭ୍ ସୋ’ ଦେଖୁଥିବା ଦର୍ଶକଙ୍କ ବେଶ୍ ମନୋରଞ୍ଜନ ହୋଇଥିଲା। ଏହି ଘଟଣାର ଦୃଶ୍ୟ କିଛି କ୍ଷଣ ଭିତରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।
ଭିଡିଓରେ ଦେଖିବାକୁ ମିଳୁଛି ଏକ ଲାଲରଙ୍ଗର ପକ୍ଷୀ (ସ୍କାରଲେଟ ବର୍ଡ) ଉପସ୍ଥାପିକାଙ୍କ ମୁଣ୍ଡରେ ଆସି ହଠାତ୍ ବସିଯାଉଛି। ଏହି ପକ୍ଷୀଟି କାଲିଫର୍ଣ୍ଣଆର ମେନ୍ ଡିୟାଗୋ ଚିଡିଆଖାନାର ବୋଲି ଜଣାପଡ଼ିଛି। ତେବେ ‘ଜୁ ଡେ’ ସୋ’ ଚାଲିଥିବା ସମୟରେ ପକ୍ଷୀଟି ଏଭଳି ଆସିବାର କୌଣସି ଯୋଜନା ନଥିଲା ଏହା ଆକସ୍ମିକ ଭାବେ ଘଟିଛି। ଆକସ୍ମିକ ଭାବେ ଘଟିଥିବା ଏହି ଘଟଣାରେ ମେଡିନା ଭୟଭୀତ ନହୋଇ ସୋ’ରେ ଆଲୋଚନା ଯେପରି ଜାରି ରଖିବା କଥା ସେପରି ରଖିଥିଲେ ଏବଂ ଏହି ସୁନ୍ଦର ପକ୍ଷୀର ସ୍ୱାଗତ ମଧ୍ୟ କରିଥିଲେ।
When Zooday doesn’t go as planned, but your anchors are really good sports. @News8 pic.twitter.com/beaIwk3JGR
— Barbara Richards (@sdbrichards) February 23, 2018