Only for Entertainment

ସିଙ୍ଗଡା ଛାଣିବା ପାଇଁ ଚାଲିଗଲା ଜୀବନ !

YouTube
46

ଉତ୍ତର ପ୍ରଦେଶରେ ଏପରି ଏକ ଘଟଣା ଘଟିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ମଦ ନିଶାରେ ଏକ ଦୋକାନକୁ ଯାଇ ଜଣେ ବ୍ୟକ୍ତି ଗରମ ସିଙ୍ଗଡ଼ା ପାଇଁ ନିଜେ ଛାଣିବା ଆରମ୍ଭ କଲା । ତାକୁ ଦେଖି ଆଉ ଚାରି ଜଣ ମଧ୍ୟ ସିଙ୍ଗଡ଼ା ଛାଣିବାର ଜିଦ୍‍ କଲେ । ଏହି ଘଟଣା ଜୋର ଧରିବା ପରେ ଚାରି ଜଣ ବ୍ୟକ୍ତିଙ୍କ ଆକ୍ରମଣରେ ପ୍ରଥମ ବ୍ୟକ୍ତିଙ୍କର ଜୀବନ ଯାଇଛି । ଉତ୍ତରପ୍ରଦେଶର ଗାଜିପୁରରେ ଘଟିଛି ଏହି ଘଟଣା ।

ନୋନହରା ଥାନା ସ୍ଥିତ ଏକ ଗ୍ରାମରେ ସନ୍ତୋଷ ନାମକ ଜଣେ ଯୁବକ ସିଙ୍ଗଡ଼ା ଖାଇବାକୁ ପାଖର ଏକ ଚାଳିଆ ଦୋକାନକୁ ଯାଇଥିଲେ । ସେ ମଦ ନିଶାରେ ଥିଲେ । ଦୋକାନୀଙ୍କ ହାତରୁ ଚଟୁ ଛଡ଼ାଇ ନିଜେ ଛାଣିବା ଆରମ୍ଭ କରିଥିଲେ । ଏହି ସମୟରେ ଆଉ ଚାରି ଜଣ ମଦୁଆ ମଧ୍ୟ ପହଁଚିଥିଲେ ଦୋକାନରେ । ସେମାନେ ମଧ୍ୟ ସିଙ୍ଗଡ଼ା ଛାଣିବାର ଜିଦ୍‍ ଧରିଥିଲେ । ଯେଉଁ କାରଣରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।

ପରେ ଏହି ଚାରି ଜଣ ବ୍ୟକ୍ତି ଇଟା,ପଥର, ବାଡ଼ିରେ ସନ୍ତୋଷଙ୍କୁ ଆକ୍ରମଣ କରିଥିଲେ । ସନ୍ତୋଷଙ୍କ ମୃତ୍ୟୁ ପରେ ସେମାନେ ଫେରାର ହୋଇଯାଇଥିଲେ । ମୃତ ସନ୍ତୋଷଙ୍କ ଭାଇଙ୍କ ଅଭିଯୋଗ ପରେ ପୁଲିସ ଘଟଣାର ଯାଞ୍ଚ ଆରମ୍ଭ କରି ଦୁଇ ଜଣଙ୍କୁ ଗିରଫ କରିଛି । ସେମାନେ ସାନ୍ତୋଷଙ୍କୁ ଆକ୍ରମଣ କରିଥିବା ବିଷୟକୁ ସ୍ୱୀକାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More