Only for Entertainment

ଅଳିଆ ଜଳାଇବା ପାଇଁ ଖେତରେ ଲଗାଇଲେ ନିଆଁ, ଜିଅନ୍ତା ଜଳିଗଲେ ୫ଟି ଚିତାବାଘ ଛୁଆ !

67

କଙ୍କ୍ରିଟ ଜଙ୍ଗଲ, ଅଧା ଅଧୁରା ବିକାଶ, ସବୁଜ ଜଙ୍ଗଲକୁ ନଷ୍ଟ କରୁଛି । ଏହିକାରଣରୁ ମଣିଷ ଧୀରେ ଧୀରେ ଜୀବ ଜନ୍ତୁଙ୍କ ପାଖକୁ ପାଖକୁ ଆସିବାକୁ ଲାଗିଲେଣି । ଏହିକାରଣରୁ ଅନେକ ଦୁର୍ଘଟଣା ହେଉଛି । କେତେବେଳେ ଜନବସତିକୁ ହାତୀ ମାଡିଆସିଲାଣି ତ କେବେ ବାଘ । ଏହି ସମସ୍ତ ଘଟଣାପଛରେ କେବଳ ମଣିଷର ହିଁ ହାତ ରହିଛି, ଯିଏ କେବଳ ନିଜ ସ୍ୱାର୍ଥ ପାଇଁ ଜଙ୍ଗଲକୁ ହାତେଇବାକୁ ଲାଗିପଡିଛି । ନିକଟରେ ପୁନେ’ର ଏକ ଗାଁ’ରେ ୫ଟି ଚିତାବାଘ ଛୁଆ ଜୀବନ୍ତ ପୋଡି ହୋଇ ମରିଯାଇଛନ୍ତି ।

ଅସଲରେ ଚାଷୀ ଜଣକ ଆଖୁ ଗଦାରେ ଫସଲ କାଟିବା ପାଇଁ ଗଦାରେ ନିଆଁ ଲଗାଇ ଦେଇଥିଲେ ଫଳରେ ସେଠାରେ ଉପସ୍ଥିତ ଥିବା ଛୁଆ ମାନେ ଜଳି ଯାଇଥିଲେ । ଘଟଣାଟି ଜୁନ୍ନା ତହସିଲ ପାଖରେ ଥିବା ଏକ ଗାଁ’ର ଅଟେ । ଯେଉଁଠି ବୁଧବାର ଏହି ଘଟଣା ଘଟିଛି । ଫସଲ କାଟିବା ପରେ ସେଠାରେ ଥିବା ଅଳିଆ ଜଳାଇବାରୁ ଛୁଆ ଗୁଡିକ ମରିଯାଇଛନ୍ତି ।
ତେବେ ବଣ ବିଭାଗ କହିବା ମୁତାବକ ସେହି କ୍ଷେତର ପାଖାପାଖି ଏହି ଛୁଆମାନଙ୍କର ମାଁ ଲୁଚି ରହିଥିବ । ଏହାପୁର୍ବରୁ ଏହିଭଳି ଏକ ଘଟଣା ବଡଗାଁର ନନ୍ଦଗାଁରେ ହୋଇଥିଲା ମାତ୍ର ଖେତରେ ନିଆଁ ଲାଗି ଚିତା ବାଘ ଛୁଆ ଜଳିବା ପୂର୍ବରୁ ତାଙ୍କୁ ବଂଚା ଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More