Only for Entertainment

କର୍କଟ ପରି ମାରାତ୍ମକ ରୋଗରୁ ରକ୍ଷା ପରେ କଳା ଜିରା !

Lifeberrys
6

କଳାଜିରାରେ ସାଧାରଣତଃ ଆଇରନ୍‌,କ୍ୟାଲ୍‌ସିଅମ୍‌,ପୋଟାସିଅମ୍‌ ଏବଂ ଫାଇବରର ମାତ୍ରା ଅଧିକ ପରିମାଣରେ ରହିଥାଏ। ଏହା ଏମିନୋ ଏସିଡ ଏବଂ ପ୍ରୋଟିନରେ ମଧ୍ୟ ଭରପୁର ଅଟେ। ଏହି କାରଣରୁ ଆୟୁର୍ବେଦ ବିଶେଷଜ୍ଞମାନେ ଔଷଧମାନଙ୍କରେ ଏହାର ପ୍ରୟୋଗ କେଉଁ କାଳରୁ କରିଆସୁଛନ୍ତି।ଏଥିସହିତ କଳାଜିରାରେ ବି ଏପରି କିଛି ଗୁଣ ଅଛି, ଯାହାକୁକି ଅନେକ ଅସାଧ୍ୟ ରୋଗ ଲାଗି ପ୍ରୟୋଗ ମଧ୍ୟ କରାଯାଏ। ତେବେ କଳାଜିରା ଏକ ପ୍ରକାରର ବୀଜ ଅଟେ।

ଭାରତର ହାରାହାରି ପ୍ରତ୍ୟେକ ରୋଷେଇ ଗୃହରେ କଳାଜିରାର ବ୍ୟବହାର କରାଯିବା ସହିତ କଳାଜିରାରେ ମଜ୍‌ଭୁତ ହୋଇ ରହିଥିବା ତତ୍ତ୍ୱ ଶରୀରକୁ ଅନେକ ରୋଗଠାରୁ ଦୂରେଇ ରଖିବାରେ ବି ବିଶେଷ ସହାୟକ ହୋଇଥାଏ। ଏହାଛଡ଼ା କଳାଜିରାରେ ପର୍ଯ୍ୟାପ୍ତ ମାତ୍ରାରେ ଆଣ୍ଟି-ଆକ୍ସିଡେଣ୍ଟ୍‌ସ ରହିଥିବା ଯୋଗୁଁ ଏହା କର୍କଟ ଭଳି ବ୍ୟାଧିଠାରୁ ମଧ୍ୟ ଆମକୁ ସୁରକ୍ଷା ଦେବାରେ ସାହାଯ୍ୟ କରିଥାଏ।

ଏହାବ୍ୟତୀତ କଳାଜିରା ରକ୍ତରେ ରହିଥିବା ବିଷାକ୍ତ ପଦାର୍ଥକୁ ସଫା କରିବାର କାର୍ଯ୍ୟ ବି କରିଥାଏ। ତେଣୁ ପ୍ରତ୍ୟେକ ଦିନ ସକାଳେ ଖାଲିପେଟରେ ଏହାର ପ୍ରୟୋଗ କରିବା ସ୍ୱାସ୍ଥ୍ୟ ଲାଗି ଅଧିକ ଲାଭପ୍ରଦ ଅଟେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More