Only for Entertainment

ପାଦ ଏବଂ ହାତର କଳାଦାଗ୍ ଦୂର କରିବ ଏହି ସରଳ ଘରୋଇ ଉପଚାର

punjabkesari
41

ଲୋକ ଚେହେରା ଭଳି ହାତ ଏବଂ ପାଦର ମଧ୍ୟ ଯତ୍ନ ନେବାକୁ ଚାହାଁନ୍ତି । କାରଣ ମୁହଁ ଭଳି ହାତ ଏବଂ ପାଦରେ ମଧ୍ୟ ଟ୍ୟାନ ହୋଇଯାଏ । ଯାହା ଦ୍ୱାରା ତ୍ୱଚାର ରଙ୍ଗ ଫିକା ପଡ଼ିଯାଏ । ଆପଣ ଏଥିପାଇଁ କ୍ରିମ ଏବଂ ଲୋସନ ତ ବ୍ୟବହାର କରିପାରିବେ କିନ୍ତୁ ଘରୋଇ ଉପାୟରେ ମଧ୍ୟ ଅତି ସହଜରେ ହାତ ଏବଂ ପାଦରୁ ଟ୍ୟାନ ଦୂର କରିପାରିବେ । ତେବେ ଆସନ୍ତୁ ଏହି ଉପଚାର ବିଷୟରେ ଆଲୋଚନା କରିବା ।

ଆବଶ୍ୟକୀୟ ସାମଗ୍ରୀ-
୧ଟି ଲେମ୍ବୁ ରସ
୧ଟି ଟମାଟୋ ରସ
୨ କ୍ୟାକେଟ ଇନୋ

କିଭଳି ବ୍ୟବହାର କରିବେ-
ଏକ ପାତ୍ରରେ ଲେମ୍ବୁ ରସ, ଟମାଟୋ ରସ ଏବଂ ଇନୋ ପକାଇ ଭଲ ଭାବରେ ମିଶାନ୍ତୁ । ଏବେ ଏହି ପେଷ୍ଟକୁ ଆପଣଙ୍କ ହାତ ଏବଂ ପାଦରେ ଲଗାନ୍ତୁ ଏବଂ ହାଲକା ଭାବରେ ରଗଡ଼ନ୍ତୁ । ଏହାପରେ ୧୫ରୁ ୨୦ ମିନିଟ ପାଇଁ ଛାଡ଼ି ଦିଅନ୍ତୁ । ଏହା ଦ୍ୱାରା ହାତ ଏବଂ ପାଦର ଟ୍ୟାନିଂ ବା କଳା ରଙ୍ଗ ଦୂର ହୋଇଯିବ । ଏହା ସହିତ ପାଦ ମଧ୍ୟ ପରିଷ୍କାର ହୋଇଯିବ । ଭଲ ଫଳାଫଳ ପାଇଁ ଏହାକୁ ପ୍ରତିଦିନ ବ୍ୟବହାର କରିପାରିବେ, ନଚେତ ସପ୍ତାହକୁ ୨ରୁ ୩ ଥର କରନ୍ତୁ ।

ଲାଭ-
ଲେମ୍ବୁରେ ପ୍ରାକୃତିକ ବ୍ଲିଚିଂ ଏଜେଂଟ ରହିଥାଏ, ଯାହା ରଙ୍ଗ ଗୋରା କରିବାରେ ସହାୟକ ହୁଏ । ଟମାଟୋ ମଧ୍ୟ ରଙ୍ଗ ବଦଳାଇବାରେ ସାହାଯ୍ୟ କରେ । ଇନୋରେ ଏଭଳି ଜିନିଷ ରହିଛି ଯାହା ତ୍ୱଚାର ରଙ୍ଗ ବଦଳାଇବାରେ ଖୁବ ସହାୟକ ହୋଇଥାଏ ।

ନୋଟ୍-
ଧ୍ୟାନ ରଖିବେ ଯେପରି ଏହାକୁ ମୁହଁରେ ବ୍ୟବହାର ନ କରନ୍ତି । ଏହା ସହିତ ନଜର ଦେବେ ଯଦି ଜଳାପୋଡ଼ା ଆଦି ହୁଏ, ତେବେ ଏହାକୁ ଧୋଇଦେବେ । ଅବଶ୍ୟ ବ୍ଲିଚ ଭଳି ବ୍ୟବହାର କରିବା ଦ୍ୱାରା ସାମାନ୍ୟ ଜଳାପୋଡ଼ା ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More