Only for Entertainment

ପ୍ରସ୍ତୁତ କରନ୍ତୁ ଅଟା କାକରା ।

39

କାକରା ପିଠା ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । ସେ ସୁଜି କାକରା ହେଉ ବା ଅଟା କାକରା । କିନ୍ତୁ ଯଦି ଅଟା କାକରାକୁ ଠିକ ଭାବରେ ପ୍ରସ୍ତୁତ କରାନଯାଏ ତେବେ ଏହାକୁ ଗଢିବା ସମୟରେ ସମସ୍ୟା ସୃଷ୍ଟି ହେବ । ଆମେ ଆଜି ଆପଣଙ୍କୁ ଶିଖାଇବୁ ଏହାର ସରଳ ପ୍ରସ୍ତୁତି ପ୍ରଣାଳୀ ।

ଆବଶ୍ୟକୀୟ ସାମଗ୍ରୀ- ଅଟା ୨୦୦ ଗ୍ରାମ, ୪୦୦ ମିଲି ଜଳ, ଚିନି, ସାମାନ୍ୟ ଲୁଣ, ଗୁଜୁରାତି ଏବଂ ଗୋଲମରିଚ ଗୁଣ୍ଡ,ନଡ଼ିଆ କୋରା ।

ପ୍ରଥମେ ରଖିଥିବା ନଡ଼ିଆ କୋରାରେ ଚିନି,ଗୁଜୁରାତି ଏବଂ ଗୋଲମରିଚ ଗୁଣ୍ଡ ପକାନ୍ତୁ । ଏହାକୁ ମିଶାଇ ରଖି ଦିଅନ୍ତୁ । ଏବେ ଅଟାକୁ ଜନ୍ତିବା ପାଇଁ ପ୍ରଥମେ କଡ଼ାଇ ବସାଇ ସେଥିରେ ୪୦୦ ମିଲି ଜଳ ପକାଇ ଫୁଟାନ୍ତୁ । ସେଥିରେ ସାମାନ୍ୟ ଲୁଣ ପକାନ୍ତୁ । ଏବେ ଚିନି ପକାନ୍ତୁ । ସେଥିରେ ଗୋଲମରିଚ ଗୁଣ୍ଡ ଏବଂ ଗୁଜୁରାତି ଗୁଣ୍ଡ ପକାଇ ଫୁଟାନ୍ତୁ । ଫୁଟି ସାରିବା ପରେ ଅଟା ପକାଇ ତତକ୍ଷଣାତ ମିଶାନ୍ତୁ । ଏଭଳି କରିବା ଦ୍ୱାରା ଅଟା କଡ଼ାଇରେ ଲାଗିବ ନାହିଁ । ଅନବରତ ଏହାକୁ ଘାଂଟନ୍ତୁ ଏବଂ ଏହା ଶୁଖି ଆସିବା ପରେ ବାହାର କରି ଦିଅନ୍ତୁ । ସାମାନ୍ୟ ଥଣ୍ଡା ହେବା ପରେ ଅଳ୍ପ ଅଳ୍ପ ପାଣି ହାତ ହୋଇ ଅଟାକୁ ଭଲ ଭାବରେ ଜନ୍ତନ୍ତୁ । ଜନ୍ତି ସାରିବା ପରେ ଗୋଲ ଗୋଲ କରି ପୂର ଦେଇ ରଖନ୍ତୁ । ସମଗ୍ର ଅଟା ଏଭଳି କରି ସାରିବା ପରେ କଡ଼ାଇରେ ତେଲ ଗରମ କରି ଛାଣନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More