Only for Entertainment

ଖରା ଦିନରେ ଏହି ଭଳି ନିଅନ୍ତୁ ଶିଶୁଙ୍କ ଯତ୍ନ

Parents Magazine
31

ଶିଶୁର ତ୍ୱଚା ବହୁତ କୋମଳ ହୋଇଥିବାରୁ ଗରମ ଯୋଗୁଁ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ହେଉ କିମ୍ବା ଡିହାଇଡ୍ରେସନ୍ ଓ ଡାଇରିଆ ଏସବୁରୁ ସୁରକ୍ଷା ଦେବା ପାଇଁ ଆପଣ କେତୋଟି ସରଳ ଟିପ୍ସ ଆପଣାଇପାରିବେ । ତେବେ ଆସନ୍ତୁ ଜାଣିବା –

ଖରାଦିନେ ଶିଶୁକୁ ନେଇ ଅଧିକ ସମୟ ବାହାରେ ରହନ୍ତୁ ନାହିଁ । ଯଦି ନିହାତି ଆବଶ୍ୟକ ପଡ଼େ, ତେବେ ଶିଶୁକୁ ହାଲ୍କା ଓ କଟନ୍ ପୋଷାକ ପିନ୍ଧାନ୍ତୁ ।

ଘରେ ଥିବା ସମୟରେ ପ୍ରତି ୨-୩ ଘଣ୍ଟାରେ ଶିଶୁର ଚାଦର ବଦଳାନ୍ତୁ । କାରଣ ଝାଳ ଦ୍ୱାରା ତ୍ୱଚା ସମ୍ବନ୍ଧୀୟ ରୋଗ ଦେଖାଯାଏ।

ସବୁ ସମୟରେ ଶିଶୁଙ୍କୁ କପଡ଼ାରେ ଘୋଡ଼ାଇ ରଖନ୍ତୁ ନାହିଁ । ମାର୍କେଟରେ ମିଳୁଥିବା ନାପକିନ୍ ବଦଳରେ ଖରାଦିନରେ କପଡ଼ାର ନାପକିନ୍ ପିନ୍ଧାନ୍ତୁ ।

ଅଧିକରୁ ଅଧିକ ପାଣି ପିଇବାକୁ ଦିଅନ୍ତୁ କିମ୍ବା ପାଣିଯୁକ୍ତ ଫଳ ମଧ୍ୟ ଦେଇପାରିବେ ।

ଗାଧୋଇବା ପରେ ସଙ୍ଗେ ସଙ୍ଗେ ନାପକିନ୍ ନ ପିନ୍ଧାଇ କିଛି ସମୟ ଛାଡ଼ନ୍ତୁ । ପୋଷାକ ପିନ୍ଧାଇବା ପୂର୍ବରୁ ବେକ, ଜଙ୍ଘ ଓ ପିଠିରେ ଭଲ ଭାବେ ବେବି ପାଉଡର୍ ପକାନ୍ତୁ ।

ଡିହାଇଡ୍ରେସନ୍ ନହେବା ପାଇଁ ୨-୩ ଦିନ ବ୍ୟବଧାନରେ ଶିଶୁକୁ ପଇଡ଼ ପାଣି ଦିଅନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More