Only for Entertainment

ଶୀତଦିନେ କିଭଳି ନେବେ ତ୍ୱଚାର ଯତ୍ନ ।

DINE Magazine
12

ଶୀତଦିନେ ତ୍ୱଚା ଖୁବଶୀଘ୍ର ଖରାପ ହୋଇଯାଏ । ତେଣୁ କେଉଁଭଳି ତାହାର ଯତ୍ନ ନିଆଯିବ ସେଥିପ୍ରତି ଧ୍ୟାନ ଦେବା ଉଚିତ ।

ଅଲିଭ ତେଲ ସ୍ବାସ୍ଥ୍ୟ ପାଇଁ ଉତ୍ତମ ଅଟେ। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଓ ଫ୍ୟାଟଇ ଏସିଡ ରହିଛି। ମୁହଁର ଶୁଷ୍କତାକୁ ଦୂର କରିବା ପାଇଁ ଏହା ସାହାର୍ଯ୍ୟ କରିଥାଏ। ତେଣୁ ରାତିରେ ଶୋଇବା ପୂର୍ବରୁ ଅଲିଭ ତେଲକୁ ହାତ ଓ ମୁହଁରେ ମାଲିସ କରନ୍ତୁ। ଏପରି କରିବା ଦ୍ବାରା ଶୀତଦିନେ ମୁହଁ ଓ ହାତ ଶୁଷ୍କ ହୋଇ ନଥାଏ।

ମହୁରେ ଆଣ୍ଟି-ଅକ୍ସିଡାଣ୍ଟ ଓ ଆଣ୍ଟି-ବ୍ୟାକ୍ଟେରିୟଲ ଗୁଣ ରହିଛି। ଏହା ହାତକୁ ନରମ କରିଥାଏ। ମହୁକୁ ହାତରେ ଭଲ ଭାବେ ଲଗାଇ ମାଲିସ କରନ୍ତୁ। ମହୁ ଶୁଖିଯିବା ପରେ ହାତକୁ ଭଲ ଭାବେ ଧୋଇ ଦିଅନ୍ତୁ।

ମିଲ୍କ କ୍ରିମ୍‌ରେ ପ୍ରଚୁର ପରିମାଣରେ ଲାକ୍ଟିକ ଏସିଡ ରହିଛି। ଏହା ମୃତକୋ​‌ଷିକା ଗୁଡିକୁ ବାହାର କରିବାରେ ସହାୟକ ହୋଇଥାଏ। ହାତରେ ସତେଜ ମିଲ୍କ କ୍ରିମ୍‌ ଲଗାଇ ମାଲିସ କରନ୍ତୁ। ତାପରେ ୧୫ମିନଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। ୧୫ମିନିଟ ପରେ ଅଳ୍ପ ଉଷୁମ ପାଣିରେ ହାତକୁ ଧୋଇ ଦିଅନ୍ତୁ। ଏପରି ଗୋଟିଏ ସପ୍ତାହ କରିବା ଦ୍ବାରା ଫରକ ଅନୁଭବ କରିପାରିବେ।

ଦହିରେ ମଧ୍ୟ ଶୁଷ୍କ ତ୍ବଚାକୁ ନରମ କରି ପାରିବା। ନିୟମିତ ଭାବେ ହାତରେ ଦହି ଲଗାଇ ମାଲିସ କରନ୍ତୁ। କିଛି ସମୟ ପରେ ହାତକୁ ଉଷୁମ ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ବାରା ହାତ ନରମ ରହିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More