Only for Entertainment

ୱିକିପିଡିଆରେ ମ୍ୟାନ ସର୍ଚ୍ଚ କଲେ କାହିଁକି ଆସୁଛି ଏହି ଭାରତୀୟ ଯୁବକଙ୍କ ଫଟୋ! ଜାଣନ୍ତୁ ସେ କିଏ ?

wikipedia
62

ସାଧାରଣତଃ ଭାବେ କୌଣସି ଜିନିଷକୁ ନେଇ ଅଧିକ ସୂଚନା ଦରକାର ହେଲେ ଲୋକେ ୱିକିପିଡିଆର ସାହାଯ୍ୟ ନେଇଥାନ୍ତି। କାରଣ ୱିକିପିଡିଆରେ ପ୍ରାୟ ସମସ୍ତ ବିଷୟକୁ ନେଇ ବିସ୍ତୃତ ବିବରଣୀ ଉପଲବ୍ଧ ରହିଥାଏ। କିନ୍ତୁ ଏବେ ୱିକିପିଡିଆକୁ ନେଇ ଏକ ବିବାଦ ଆରମ୍ଭ ହୋଇଛି। ମ୍ୟାନ୍ ସର୍ଚ୍ଚ କଲେ ଆସୁଥିବା ଜଣେ ମଲୟାଲମ ଯୁବକଙ୍କ ଫଟୋକୁ ନେଇ ଏହି ବିବାଦ ଆରମ୍ଭ ହୋଇଛି।

ଯଦି କେହି ୱିକିପିଡିଆରେ ମ୍ୟାନ୍ ବୋଲି ସର୍ଚ୍ଚ କରୁଛି, ସେତେବେଳେ ଏକ ପେଜ୍ ଖୋଲିଯିବା ସହ ପୁରୁଷମାନଙ୍କୁ ନେଇ ବୈଜ୍ଞାନିକ ସୂଚନା ଲେଖାଯାଇଥିବା ଦେଖାଯାଉଛି। କିନ୍ତୁ ପେଜ୍ ଭିତରେ ମଲୟାଲମ ଯୁବକଙ୍କ ଫଟୋ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସମସ୍ତଙ୍କ ମନରେ ଏବେ ଗୋଟାଏ ପ୍ରଶ୍ନ, ମ୍ୟାନ୍ ର ୱିକିପିଡିଆ ପେଜରେ ଏହି ଯୁବକଙ୍କ ଫଟୋ କ’ଣ ପାଇଁ ନଜର ଆସୁଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା, ପେଜରେ ନଜର ଆସୁଥିବା ଯୁବକ ମଧ୍ୟ ନିଜର ଫଟୋ ୱିକିପିଡିଆ ପେଜ୍ ରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ନିଜ ଫଟୋ ଦେଖିବା ସହ ଟୁଇଟ୍ କରି ୱିକିପିଡିଆକୁ ଧନ୍ୟବାଦ୍ ଜଣାଇଛନ୍ତି।

ସେ କରିଥିବା ଟୁଇଟରେ ଲେଖାଯାଇଛି କି, ହାଏ, ମୁଁ ଅଭି ପୁଟେନପୁରାକଲ। ମୁଁ ଏହି ପୋଷ୍ଟ ଦେଖି ବହୁତ ଖୁସି‌। ମୋତେ ଏଭଳି ଗର୍ବର ମୂହୁର୍ତ୍ତ ଦେବା ପାଇଁ ଧନ୍ୟବାଦ୍ । ତେବେ କ’ଣ ପାଇଁ ଅଭିଙ୍କ ଫଟୋ ପେଜରେ ଦିଆଯାଇଛି, ତାହା ସ୍ପଷ୍ଟ ହୋଇ ପାରିନାହିଁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More