Only for Entertainment

ରଥଯାତ୍ରା ସ୍ପେଶାଲ: ଜଗନ୍ନାଥଙ୍କ ରଥଯାତ୍ରାକୁ ନେଇ ୨ଟି କଥା ପ୍ରଚଳିତ, ଜାଣନ୍ତୁ କାହିଁକି ହୁଏ ରଥଯାତ୍ରା !

73

ଜଗନ୍ନାଥଙ୍କ ରଥଯାତ୍ରା କାହିଁକି ହୋଇଥାଏ ଏହାପଛରେ ଭକ୍ତ ଏବଂ ବିଦ୍ୱାନ ଅନେକ ଭିନ୍ନ ଭିନ୍ନ ମତ ଦେଇଥାଆନ୍ତି । ଏକ ଆଧୁନିକ ମତ ଅନୁସାରେ ଶୁଣିବାକୁ ମିଳିଛି ଯେ ରାଜା ରାମଚନ୍ଦ୍ରଦେବ ଯବନ ମହିଳାଙ୍କୁ ବିବାହ କରି ଯେତେବେଳେ ଇସଲାମ ଧର୍ମ ଆପଣାଇ ଥିଲେ , ସେବେ ତାଙ୍କୁ ମନ୍ଦିର ପ୍ରବେଶ କରିବା ନିଷେଧ କରାଯାଇଥିଲା । ସେତେବେଳେ ହିଁ ତାଙ୍କ ପାଇଁ ଏହି ଯାତ୍ରା ଆରମ୍ଭ ହୋଇଥିଲା, ଯେଉଁଠାରୁ ସେ ଭଗବାନଙ୍କୁ ଭଲ ଭାବେ ଦେଖିପାରିବେ । ସେ ମହାପ୍ରଭୁଙ୍କର ଅନନ୍ୟ ଭକ୍ତ ଥିଲେ ।

ମାତ୍ର ରାଥାଯାତ୍ରା ପଛରେ ଆଉ ଏକ ପୌରାଣିକ କଥା ରହିଛି । ସ୍ନାନ ପୂର୍ଣ୍ଣମୀ ଅର୍ଥାତ ଜ୍ୟେଷ୍ଠପୂର୍ଣ୍ଣିମା ଦିନ ଜଗତର ନାଥ ଜଗନ୍ନାଥଙ୍କ ବଡ ଭାଇ ବଳରାମ ତଥା ଭଉଣୀ ସୁଭଦ୍ରାଙ୍କୁ ରତ୍ନ ସିହାଂସନରୁ ଓହ୍ଲାଇ ମନ୍ଦିର ପାଖରେ ଥିବା ସ୍ନାନ ମଣ୍ଡପକୁ ନିଆଯାଇଥାଏ । ୧୦୮ କଳସରେ ତାଙ୍କର ରାଜକୀୟ ସ୍ନାନ କରାଯାଇଥାଏ । ପୁଣି ଏଭଳି ମାନ୍ୟତା ରହିଛି ଯେ ଭଗବାନ ରୋଗରେ ପଡିଥାଆନ୍ତି ଏବଂ ତାଙ୍କୁ ଜ୍ୱର ହୋଇଥାଏ ।

ତେବେ ୧୫ଦିନ ପର୍ଯ୍ୟନ୍ତ ପ୍ରଭୁଙ୍କୁ ଏକ ବିଶେଷ କକ୍ଷରେ ରଖାଯାଇଥାଏ । ଯାହାକୁ ଅଣସର ଘର କୁହାଯାଏ । ଏହି ୧୫ଦିନ ଅବଧିରେ ମହାପ୍ରଭୁଙ୍କୁ ମନ୍ଦିରର ପ୍ରମୁଖ ସେବକ ଏବଂ ଚିକିତ୍ସକ(ବୈଦ୍ୟ)ଙ୍କ ବ୍ୟତୀତ କେହି ଦେଖିପାରିବେ ନାହିଁ । ମନ୍ଦିରରେ ମହାପ୍ରଭୁଙ୍କ ପ୍ରତିନିଧି ଅଲାରନାଥଙ୍କ ପ୍ରତିମା ସ୍ଥାପିତ କରାଯାଏ ଏବଂ ପୂଜାର୍ଚ୍ଚନା କରାଯାଏ ।

୧୫ଦିନ ପରେ ଭଗବାନ ସୁସ୍ଥ ହୋଇ କକ୍ଷରୁ ବାହାରି ଭକ୍ତ ମାନଙ୍କୁ ଦର୍ଶନ ଦେଇଥାଆନ୍ତି । ଯାହାକୁ ନବଯୌବନ ଉତ୍ସବ କୁହାଯାଏ । ଏହାପରେ ଦ୍ୱିତୀୟ ଦିନ ମହାପ୍ରଭୁ ଶ୍ରୀ କୃଷ୍ଣ ବଡ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହ ବାହାରକୁ ରାଜରାସ୍ତାକୁ ଆସିଥାଆନ୍ତି ଏବଂ ରଥରେ ବିରାଜମାନ ହୋଇଥାଆନ୍ତି । ଏହାପରେ ତାଙ୍କର ଯାତ୍ରା ଆରମ୍ଭ ହୋଇଥାଏ । ଯାହାକୁ ଆମେ ପବିତ୍ର ରଥଯାତ୍ରା କହିଥାଉ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More