Only for Entertainment

କେବିସି ୧୦କୁ ମିଳିଲା ନିଜ ପ୍ରଥମ ୧କୋଟି ବିଜେତା, ବିନୀତା ଜୈନ ରଚିଲେ ଇତିହାସ !

bollywoodlife
32

ପ୍ରତିବର୍ଷ ଭଳି ଏଥର ମଧ୍ୟ ଅମିତାଭ ବଚ୍ଚନଙ୍କ ହିଟ ଶୋ’ କେବିସି ନିଜର ୧୦ମ ସିଜନ ସହ ଘରେ ଘରେ ଧମାଲ ମଚାଇବାରେ ଲାଗିଛି । ନିଜର ପୂର୍ବ ସିଜନ୯ଟିରେ କେବିସି ଏକ ନୂଆ ସ୍ଥାନ ହାସଲ କରିଥିଲା, ଯେଉଁ କାରଣରୁ ଲୋକଙ୍କ ଉତ୍ସାହର ମାତ୍ରା ବଢିବାରେ ଲାଗିଛି । ଏହି ସିରିଅଲ ଅନେକ ସିରିଅଲକୁ ଟିଆରପି ଲିଷ୍ଟରେ ଟକ୍କର ଦେଇଛି ।

କେବିସି ଆରମ୍ଭ ହେବା ଦିନରୁ କୌଣସି ପ୍ରତିଯୋଗୀ ୧କୋଟି ଜିତି ନଥିଲେ , ମାତ୍ର ଗତକାଲି କେବିସିରେ ଭାଗ ନେଇଥିବା ପ୍ରତିଯୋଗୀ ବିନୀତା ଜୈନ ୧କୋଟି ଟଙ୍କା ଜିତିଛନ୍ତି । ଏହାସହ ବିନୀତା ଏକ ‘ମହେନ୍ଦ୍ରା ମରାଜୋ’ କାର ମଧ୍ୟ ଜିତିଛନ୍ତି ।
ଏଠାରେ ଆମେ କହି ରଖୁଛୁ ଯେ ୧କୋଟି ଜିତିବା ପରେ ବିନୀତା ଗେମକୁ କ୍ୱିଟ କରି ଦେଇଥିଲେ । ମାତ୍ର କ୍ୱିଟ କଲାପରେ ସେ ଯେଉଁ ଉତ୍ତର ଦେଇଥିଲେ ତାହା ମଧ୍ୟ ଠିକ ଥିଲା ।

ଏଠାରେ ଆମେ କହି ରଖୁଛୁ ଯେ ବିନୀତା ଜୈନଙ୍କ ପୁର୍ବରୁ ମଧ୍ୟ ଅନେକ ଲୋକ ୧କୋଟି ଜିତିଛନ୍ତି । ଏହି ତାଲିକାରେ ସୁଶୀଲ କୁମାର (୫କୋଟି), ରାହତ ତସ୍ଲିମ (୧କୋଟି), ରବି ସେନି (୧କୋଟି) ଏବଂ ହର୍ଷ ବର୍ଦ୍ଧନ (୧କୋଟି) ନାଁ ସାମିଲ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More