ଦାନ୍ତ ଯନ୍ତ୍ରଣା ପାଇଁ ଘିକୁଆଁରୀ ! ଜାଣନ୍ତୁ କିପରି କରିବେ ବ୍ୟବହାର
ଆମେ ପ୍ରତିଦିନ ଦୁଇଥର ଦାନ୍ତ ଘଷିବା ଦରକାର । କିନ୍ତୁ ଦାନ୍ତର ଯଦି ଉପଯୁକ୍ତ ଯତ୍ନ ନନେବା ତେବେ ଭବିଷ୍ୟତରେ ଦାନ୍ତ ଜନିତ ବିଭିନ୍ନ ସମସ୍ୟାରେ ଆକ୍ରାନ୍ତ ହେବାରେ ଆଶଙ୍କା ରହିଛି । ସାଧାରଣତଃ ଦାନ୍ତ ସନ୍ଧିରେ ଆମେ ଖାଉଥିବା ଖାଦ୍ୟ ପଦାର୍ଥର ଅବଶିଷ୍ଟାଂଶ ରହିବା ଦ୍ୱାରା ଦାନ୍ତ ମୂଳରୁ ରକ୍ତ କ୍ଷରଣ ହୋଇ ଯନ୍ତ୍ରଣା ହୋଇଥାଏ । ତେବେ ଏହି ସମସ୍ୟାରୁ ସବୁଦିନ ପାଇଁ ମୁକ୍ତି ପାଇବା ପାଇଁ ଆଜି ଆମେ ଆପଣଙ୍କୁ ଘିକୁଆଁରୀ ଦ୍ୱାରା ଏହାର ଉପଶମ ଏବଂ ଅନ୍ୟାନ୍ୟ ସମସ୍ୟା ସଂପର୍କରେ ଜଣାଇବୁ ଯାହାକୁ ବ୍ୟବହାର କଲେ ଆପଣ ଏହିସବୁ ସମସ୍ୟାରୁ ସବୁ ଦିନପାଇଁ ମୁକ୍ତି ପାଇପାରିବେ ।
- ଯଦି ଆପଣଙ୍କ ଦାନ୍ତ ବିନ୍ଧୁଛି ତେବେ ଆପଣ ଦାନ୍ତ ମୂଳରେ ଘିକୁଆଁରୀ ରସ ପ୍ରୟୋଗ କରନ୍ତୁ । ଏଥିରେ ଥିବା ଔଷଧିୟ ଗୁଣ ଦାନ୍ତ ଜନିତ ବିଭିନ୍ନ ସମସ୍ୟାରୁ ଉପଶମ ଦେଇଥାଏ ।
- ଏହା ସହିତ ଲବଙ୍ଗତେଲ ମଧ୍ୟ ବ୍ୟବହାର କରିପାରିବେ । ଲୁଣ ମିଶ୍ରିତ ଉଷୁମ ପାଣିରେ ଗର୍ଗଲିଂ କଲେ ଦାନ୍ତ ଯନ୍ତ୍ରଣା ଲାଘବ ହୋଇଥାଏ ।ଏଥିସହ ମଧ୍ୟ ଦିନକୁ ଦୁଇ ଥର ଲେଖାଏଁ ଦାନ୍ତ ଘଷିବା ଆବଶ୍ୟକ ।
ଏହାଛଡା ଶରୀରର ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ମଧ୍ୟ ଘିକୁଆଁରୀ ଏବଂ ଏହାର ରସ ବା ଜୁସକୁ ବ୍ୟବହାର କରିପାରିବେ ।