Only for Entertainment

କେଶ କାହିଁକି ଝଡ଼ିଥାଏ, ଜାଣନ୍ତୁ ପ୍ରମୁଖ କାରଣ ଏବଂ ନିରାକରଣ ।

Hindustan Times
28

ପ୍ରତିଦିନ ସାମାନ୍ୟ କେଶ ଝଡ଼ିବା ଏକ ସାଧାରଣ କଥା । ଏହି ସମୟରେ ଆପଣ ଚିନ୍ତା ମଧ୍ୟ କରୁଥିବେ । କିନ୍ତୁ ବାସ୍ତବ କଥା ହେଉଛି ପ୍ରତିଦିନ ଜଣେ ମଣିଷର ୮୦ରୁ ୧୦୦ ପ୍ରତିଶତ କେଶ ଝଡ଼ିଥାଏ । କିନ୍ତୁ ଯଦି ହଠାତ ଅଧିକ ମାତ୍ରାରେ କେଶ ଝଡ଼ିବା ଆରମ୍ଭ କରିବ ଏବଂ ନୂଆ କେଶ ହେବା ବନ୍ଦ ହୋଇଯିବ ତେବେ ସେଥିପ୍ରତି ଯତ୍ନବାନ ହେବା ନିହାତି ଜରୁରୀ । କିନ୍ତୁ କାହିଁକି ଏହା ହୋଇଥାଏ ପଢନ୍ତୁ ।

ଅନୁବଂଶିକ କାରଣ: ବେଳେ ବେଳେ ଅନୁବଂଶିକ କାରଣରୁ କେଶ ଧୀରେ ଧୀରେ ଝଡ଼ିବାରେ ଲାଗେ ଏବଂ ପତଳା ହୋଇଯାଏ,ଯାହା ପୂର୍ବରୁ ଆପଣଙ୍କ ପରିବାରରେ କାହା ସହିତ ହୋଇଥିବ ।

ବାହାରର କାରଣ: ଚିନ୍ତା, ଅସନ୍ତୁଳିତ ଖାଦ୍ୟ, କୌଣସି ରୋଗ ବା ପ୍ରଦୂଷଣ ।
ଶରୀରରେ ପ୍ରୋଟିନ, ଭିଟାମିନ ବି ୧୨ ଏବଂ ଆଇରନର ମାତ୍ରା କମ ହେବା ଦ୍ୱାରା କେଶ ଝଡ଼ିଥାଏ । ତେଣୁ ଏହି ସମୟରେ ଶାଗ, ଗାଜର ଏବଂ ଅଧିକ ପ୍ରୋଟିନ ଖାଆନ୍ତୁ ।
ମାନସିକ ଚିନ୍ତା କେଶ ଝଡ଼ିବାର ଏକ କାରଣ । ଚିନ୍ତା ହରମୋନ ସ୍ତରକୁ ଅସନ୍ତୁଳିତ କରିଦିଏ । ତେଣୁ ଆପଣ ଯୋଗ, ମୁଣ୍ଡ ମାଲିସ ଏବଂ ଯେତେ ସମ୍ଭବ ବିଶ୍ରାମ ନେବା ଉଚିତ ।

ଫ୍ରେଶ ଡାଇଟ:ପ୍ରଚୁର ଜଳପାନ ଏବଂ ଅନ୍ୟ ତରଳ ପଦାର୍ଥ ପାନ କରି ଶରୀରକୁ ନମନୀୟ ରଖିବାକୁ ଚେଷ୍ଟା କରନ୍ତୁ ।
ବୟସ: ବୟସ ମଧ୍ୟ ଏକ କାରଣ । ଏହା ଦ୍ୱାରା ଧୀରେ ଧୀରେ କେଶ ଝଡ଼ିବା ଆରମ୍ଭ ହୋଇଯାଏ ଏବଂ ଏହା ଏକ ବାସ୍ତବ ପ୍ରକ୍ରିୟା । ତେଣୁ ଯଥାପୂର୍ବକ ଭଲ ତେଲ ମାଲିସ କରନ୍ତୁ । ଏହା ଦ୍ୱାରା ନୂଆ କେଶ ହୋଇଥାଏ ।

ଷ୍ଟାଇଲିଙ୍ଗ: ଯଦି ବାରମ୍ବାର କେଶକୁ ଷ୍ଟ୍ରେଟନିଙ୍ଗ ଆଦି ଅନ୍ୟ ଷ୍ଟାଇଲ କରୁଛନ୍ତି ତେବେ କେଶ ପତଳା ହୋଇଯାଏ । ତେଣୁ ସପ୍ତାହକୁ ଥରେ ମଧ୍ୟ ତେଲ ଲଗାନ୍ତୁ । କେଶ ମୁତାବକ ଶାମ୍ପୁ ଏବଂ କଣ୍ଡିସନର ଲଗାନ୍ତୁ ଏବଂ ଅନ୍ୟ କେଶ ପଦାର୍ଥ ଲଗାନ୍ତୁ । ଏହା ସହିତ କେଶକୁ ବାରମ୍ବାର ଅଧିକ ତାପ ଦେବା କବଳରୁ ରକ୍ଷା କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More