Only for Entertainment

ନନଭେଜ ପସନ୍ଦ କରୁଥିବା ଲୋକ ଭୁଲରେ ମଧ୍ୟ ମୌସମରେ ଖାଆନ୍ତୁ ନାହିଁ ମାଛ ।

Archana's Kitchen
0 31

ବର୍ଷା ଦିନରେ ଆପଣ ଯଦି ଭାତ ସହିତ ମାଛ ଖାଇବାକୁ ମନ କରୁଛନ୍ତି ତେବେ ଭାବି ରଖନ୍ତୁ । ଖାଦ୍ୟର ସ୍ୱାଦ ଯେପରି ଆପଣଙ୍କ ଶରୀର ଖରାପ କରି ନଦିଏ । ନନଭେଜ ପସନ୍ଦ କରୁଥିବା ଲୋକ ମାଛ ଖାଇବାକୁ ଖୁବ ପସନ୍ଦ କରନ୍ତି । ମାଛରେ ବହୁ ମାତ୍ରାରେ ଓମେଗା ଫ୍ୟାଟି ଏସିଡ ଏବଂ ପ୍ରୋଟିନ ରହିଥାଏ । ଏହାପରେ ମଧ୍ୟ ବର୍ଷା ଦିନରେ ମାଛ ଖାଇବା କେତେକ କ୍ଷେତ୍ରରେ ଖରାପ ପ୍ରମାଣିତ ହୋଇଥାଏ । ଆସନ୍ତୁ ଜାଣିବା ଏହି ସିଜନରେ ଆପଣଙ୍କୁ କାହିଁକି ମାଛ ଖାଇବା ଅନୁଚିତ ।
ଏହି ସମୟ ମାଛ ଏବଂ ଅନ୍ୟ ସାମୂଦ୍ରିକ ଜୀବଙ୍କର ପ୍ରଜନନ ସମୟ ।

ମଞ୍ଜି ଥିବା ମାଛକୁ ଖାଇବା ଯୋଗୁଁ ବ୍ୟକ୍ତିର ପେଟ ମଧ୍ୟରେ ସଂକ୍ରମଣ ହେବା ସହିତ ଫୁଡ୍‌ ପଏଜ୍‌ନିଙ୍ଗ ସମସ୍ୟା ବି ଦେଖାଯାଇଥାଏ।

ବର୍ଷାଦିନରେ ଜଳ ପ୍ରଦୂଷଣର ଆଶଙ୍କା ବଢ଼ିଯାଇଥାଏ। ଏହି କାରଣକୁ ନେଇ ମାଛ ଶରୀରରେ ମଇଳା ଜମି ରହିଥାଏ, ଯାହାକି ପାଣିରେ ଧୋଇବା ପରେ ବି ଧୋଇ ହୋଇ ନ ଥାଏ। ଏହା ଖାଇବା ଦ୍ୱାରା ବ୍ୟକ୍ତିକୁ ଟାଇଫଏଡ୍‌, ପିଲିୟା ଏବଂ ଡ଼ାଇରିଆ ଭଳି ଭୟାନକ ରୋଗ ମାଡ଼ି ବସିଥାଏ।

ବଜାରରେ ମିଳେ ନାହିଁ ତଟକା ମାଛ: ଏହି ସମୟରେ ମାଛ ଧରା ପ୍ରାୟତଃ କମ୍‌ ହୋଇଥାଏ । କାରଣ ପାଣିର ଗଭୀରତା ଅଧିକ ହୋଇଥିବା ହେତୁ ଏହି ଦିନମାନଙ୍କରେ ମାଛ ମିଳିବା ଟିକିଏ କଷ୍ଟ ହୋଇପଡ଼େ। ଯେଉଁ କାରଣକୁ ନେଇ ପୂର୍ବରୁ କୋଲ୍ଡ ଷ୍ଟୋରରେ ରହିଥିବା ମାଛକୁ ବଜାରକୁ ଆସିଥାଏ। ଏହା ସଂକ୍ରମଣ ଆଶଙ୍କା ସୃଷ୍ଟି କରିଥାଏ।

ବର୍ଷା ଋତୁରେ ମାଛମାନଙ୍କୁ ବ୍ୟାକ୍ଟେରିଆ ଏବଂ ୟିଷ୍ଟ୍‍ ଠାରୁ ବଂଚାଇବା ଲାଗି ସଲ୍ଫାଟେସ ଏବଂ ପୋଲିଫୋସ୍ପାଟେସ ଭଳି ପ୍ରିଜର୍ଭେଟିଭ୍‌ର ବ୍ୟବହାର କରାଯାଇଥାଏ। ପ୍ରିଜର୍ଭେଟିଭ୍‌ ଦିଆ ମାଛ ଖାଇବା ଯୋଗୁଁ ବ୍ୟକ୍ତିକୁ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେବା ସାଂଗକୁ ହୃଦରୋଗ ଭଳି ଗମ୍ଭୀର ସମସ୍ୟା ହେବାର ମଧ୍ୟ ସମ୍ଭାବନା ରହିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More