Only for Entertainment

ଦିନକୁ ୩ ଥର ପିଅନ୍ତୁ ଗ୍ରୀନ ଟି, ମିଳିବ ଅନେକ ଫାଇଦା

Archana's Kitchen
0 30

ନିୟମିତ ଗ୍ରୀନ୍ ଟି ପିଇବା ଦ୍ୱାରା ନିଜକୁ ସୁସ୍ଥ ରଖିବା ଏକ ଉତ୍ତମ ଉପାୟ। ଦିନକୁ ୩ ଥର ଗ୍ରୀନ୍ ଟି ପିଇବା ଦ୍ୱାରା ପୁରୁଷମାନଙ୍କଠାରେ ଦେଖା ଦେଉଥିବା ପ୍ରୋଷ୍ଟେଟ୍ କ୍ୟାନ୍ସର ଦୂର ହୋଇଥାଏ । ଏହା ଆମେ ନୁହେଁ ବରଂ ଇଟାଲୀର ମିଲାନ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଏହା ଜଣାପଡିଛି। କିନ୍ତୁ ଏକା ଥରକେ ୨-୩ କପ୍ ଗ୍ରୀନ୍ ଟି ପିଇବା ଠିକ୍ ନୁହେଁ ।

green tea

ନେଦରଲାଣ୍ଡର ଏକ ଅଧ୍ୟୟନ ଏବଂ ଆର୍କାଇଭ୍ସ୍ ଅଫ୍ ଇଣ୍ଟରନାଲ ମେଡିସିନ୍ ପ୍ରକାଶନରୁ ଜଣାପଡିଛି ଯେଉଁ ମହିଳାମାନେ ଦିନକୁ ୧-୨ କପ୍ ଗ୍ରୀନ୍ ଟି ପିଅନ୍ତି ସେମାନଙ୍କର ଧମନୀ ସଙ୍କୁଚିତ ହେବା ଆଶଙ୍କା ୫୦ ପ୍ରତିଶତ କମିଥାଏ । ସେହିପରି ଏହା ୬୦ ପ୍ରତିଶତ ବ୍ରେନ୍ ଷ୍ଟ୍ରୋକରୁ ମୁକ୍ତି ଦେଇଥାଏ ।

green tea

ଚିକିତ୍ସକମାନେ ମଧ୍ୟ ମତ ଦିଅନ୍ତି ଗ୍ରୀନ୍ ଟି ହୃଦ୍ ରୋଗର ଉପଶମ କରିବା ସହ ସ୍ନାୟୁବିକରୋଗ ତଥା ମସ୍ତିଷ୍କ ରୋଗ ଆଶଙ୍କାକୁ କମାଇଥାଏ। ଦିନକୁ ୧-୨କପ୍ ଗ୍ରୀନ୍ ଟି ପିଇଲେ ଏହା ମେମୋରୀ ବଢାଇବା ସହ ପଢିବାରେ ଆଗ୍ରହ ସୃଷ୍ଟି କରି ଶରୀରକୁ ଦେଇଥାଏ ଶକ୍ତି । ବୟସ୍କ ମହିଳାମାନଙ୍କ କ୍ଷେତ୍ରରେ ଗ୍ରୀନ୍ ଟି ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More