କେଉଁଝର ସଦର ଆଇଆଇସିଙ୍କ ମହାନତା, ଷ୍ଟ୍ରେଚର ସାହାଯ୍ୟରେ ରୋଗୀକୁ ନିଜେ ବୋହି ହସ୍ପିଟାଲରେ କଲେ ଭର୍ତ୍ତି !
ଆପଣମାନେ ଜାଣିଥିବେ ଭାରତର ବିଭିନ୍ନ ସ୍ଥାନରୁ ଏଭଳି ଅନେକ ଖବର ସାମ୍ନାକୁ ଆସିଛି, ଯେଉଁଠି ମହିଳା କର୍ମଚାରୀ ନିଜ କର୍ମସ୍ଥଳୀରେ ଥାଇ ମଧ୍ୟ ନିଜ ବ୍ୟକ୍ତିଗତ ଜୀବନକୁ ମଧ୍ୟ ଭୁଲି ନାହାନ୍ତି । କେତେବେଳେ ଶୁଣିଥିବେ ଏକ ପୋଲିସ କର୍ମଚାରୀ କର୍ମସ୍ଥଳୀ ରେ ଶିଶୁକୁ ପିଆଇଲେ କ୍ଷୀର, ଭିଡ଼ିଓ କିମ୍ବା ଫଟୋ ଭାଇରାଲ ।
ଏଠାରେ ଆମେ ଆପଣଙ୍କୁ ଓଡିଶାର ଏହିଭଳି ଜଣେ ପୁଲିସ କର୍ମଚାରୀ ଅର୍ଥାତ କେନ୍ଦୁଝର ଆଇଆଇସିଙ୍କ ବିଷୟରେ ବତାଇବୁ, ଯିଏ ନିଜର ମହାନତା ଯୋଗୁଁ ଏକ ନିରୀହ ଵ୍ୟକ୍ତିର ଜୀବନ ବଞ୍ଚାଇପାରିଛନ୍ତି , ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଅସଲରେ ଘଟଣା ହେଉଛି କେଉଁଝର ଜିଲ୍ଲାର । କେଉଁଝର ଜିଲ୍ଲା ବାଙ୍କ ବାରିଣୀ ପୋଲ ନିକଟରେ ଘଟିଥିବା ଦୁର୍ଘଟଣାରେ କ୍ଷତବିକ୍ଷତ ଅବସ୍ଥାରେ ପଡିଥିବା ଗୋରୁବେପାରି ହସ୍ପିଟାଲରେ ପହଞ୍ଚିଥିଲେ। ମାତ୍ର ହସ୍ପିଟାଲରେ ରୋଗୀ ପହଞ୍ଚିଲା ବେଳକୁ ଆମ୍ବୁଲାନ୍ସ ରୁ ହସ୍ପିଟାଲ ଭିତରକୁ ନେବା ଲାଗି କୌଣସି କର୍ମଚାରୀ ସେଠାରେ ଉପସ୍ଥିତ ନଥିଲେ । ଘଟଣାସ୍ଥଳରେ ସଦରଥାନା ଆଇଆଇସି ମ୍ୟାଡ଼ମ ରୋଗୀକୁ ହସ୍ପିଟାଲକୁ ନେବା ଲାଗି ନିଜେ ହାତବଢାଇ ଥିଲେ ।
ପୁଲିସ ହୋଇ ନୁହନ୍ତି ବରଂ ଏକ ମଣିଷ ପଣିଆ ର ଉଦାହରଣ ସାଜିଛନ୍ତି ଏହି ମହିଳା ପୁଲିସ କର୍ମଚାରୀ । ଏହି ମଣିଷ ପଣିଆ ପାଇଁ ସେଠାରେ ଉପସ୍ଥିତ ଥିବା ଲୋକେ ଖୁବ ପ୍ରଶଂସା ମଧ୍ୟ କରିଛନ୍ତି ।