Only for Entertainment

ଶେଷରେ ୧୩ଜଣଙ୍କୁ ମାରିଥିବା ବାଘୁଣୀ ମଲା!

timesofindia
39

ମହାରାଷ୍ଟ୍ରରେ ଭୟ ସୃଷ୍ଟି କରିଥିବା ମଣିଷ ଖିଆ ବାଘୁଣୀ ‘ଅବନୀ’କୁ ଆଜି ଗୁଳି କରି ନିପାତ କରାଯାଇଛି। ଅବନୀ ଗତ ଦୁଇ ବର୍ଷ ମଧ୍ୟରେ ୧୩ ଜଣଙ୍କୁ ଶିକାର କରିଥିଲା। ମହାରାଷ୍ଟ୍ରର ୟାବତମାଲ ଜିଲ୍ଲାରେ ଗତ ରାତିରେ ଅବନୀକୁ ଗୁଳି କରି ମାରି ଦିଆଯାଇଛି। ତେବେ ଜଙ୍ଗଲ ଅଧିକାରୀମା‌ନେ ଅବନୀକୁ ମାରିବା ପାଇଁ ପାଖାପାଖି ୩ ମାସର ସର୍ଚ୍ଚ ଅପରେସନ୍‌ କରିଥିଲେ।

ଗତ ସେପ୍ଟେମ୍ବର ମାସରେ ମଧ୍ୟ ସୁପ୍ରିମକୋର୍ଟ କହିଥିଲେ ଯେ ଅବନୀକୁ ଦେଖିବାମାତ୍ରେ ହିଁ ଗୁଳି କରାଯାଉ। ଏହାପରେ ଅବନୀକୁ ମାରିବାପାଇଁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଥିଲା। ପ୍ରସିଦ୍ଧ ସୁଟର ନୱାବ ସାଫତ୍‌ ଅଲିଙ୍କ ପୁଅ ଆସଗର ଅଲି ଅବନୀକୁ ଗୁଳି କରିଛନ୍ତି। ଏହି ବାଘୁଣୀର ୧୦ ମାସର ଦୁଇଟି ଛୁଆ ଅଛନ୍ତି। ପନ୍ଧରକୱଡ଼ା ଜଙ୍ଗଲ ଅଞ୍ଚଳରେ ରହୁଥିଲା ଅବନୀ। ଏତେବଡ଼ ଜଙ୍ଗଲରେ ତାକୁ ଧରିବା ବନ ଅଧିକାରୀଙ୍କ ପକ୍ଷରେ ମୁସ୍କିଲ୍‌ ହୋଇ ଯାଇଥିଲା।

୩ ମାସ ଧରି ୧୫୦ ସଦସ୍ୟ ବିଶିଷ୍ଟ ଏକ ଟିମ୍‌ ସର୍ଚ୍ଚ ଅପରେସନ୍‌ କରିଥିଲା। ଅବନୀକୁ ଧରିବାପାଇଁ ଅନ୍ୟ ବାଘୁଣୀଙ୍କ ମୂତ୍ର ଏବଂ ଆମେରିକୀୟ ପର୍ଫ୍ୟୁମ୍‌ ବ୍ୟବହାର କରାଯାଇଥିଲା। ଆଜି ଅବନୀର ମୃତ୍ୟୁ ଖବର ଶୁଣିବା ପରେ ଜଙ୍ଗଲ ନିକଟସ୍ଥ ଗ୍ରାମର ଲୋକମାନେ ବାଣ ଫୁଟାଇ ଉତ୍ସବ ମନାଇଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More