Only for Entertainment

ପ୍ରସ୍ତୁତ କରନ୍ତୁ ପନିର କ୍ୟାପସିକମ ମସାଲା

google
66

ପ୍ରଥମେ ଏକ ପାତ୍ରରେ କଟା ପନିର,୧ ଚାମଚ ରସୁଣ,୧ ଚାମଚ ଅଦା,ଲୁଣ, ଲଙ୍କା ଗୁଣ୍ଡ, ନଡ଼ିଆ ପାଣି ପକାଇ ଭଲ ଭାବରେ ମିଶାନ୍ତୁ । ୨୦ ମିନିଟ ପରେ ଏକ ପ୍ୟାନ ଗରମ କରନ୍ତୁ । ଏହାପରେ ବଟର ପକାନ୍ତୁ । ଏବେ ମ୍ୟାରିନେଟେଡ ପନିରକୁ ପକାଇ ଭଲ ଭାବରେ ମିଶାନ୍ତୁ । କିଛି ସମୟ ପାଇଁ ଏହାକୁ ଫ୍ରାଏ କରନ୍ତୁ । ଏବେ ଚୁହ୍ଲାରେ ଆଉ ପ୍ୟାନ ବସାନ୍ତୁ । ସେଥିରେ ଲବଙ୍ଗ, ଡାଳଚିନି,ଗୋଲମରିଚ, ଶୁଖିଲା ଲଙ୍କା, ତେଜପତ୍ର ଓ ଗୁଜୁରାତି ପକାଇ ଭଲ ଭାବରେ ଭାଜନ୍ତୁ । ଏବେ ଗୋଟା ଜିରା ପକାନ୍ତୁ । କଟା ରସୁଣ ପକାନ୍ତୁ । କଟା କଂଚା ଲଙ୍କା ଏବଂ କଟା ପିଆଜ ପକାନ୍ତୁ । କିଛି ସମୟ ଭାଜିବା ପରେ କଟା ପିଆଜ ଓ ଲୁଣ ପକାନ୍ତୁ । ହଳଦୀ ଓ ସାମାନ୍ୟ ଲଙ୍କା ଗୁଣ୍ଡ ମଧ୍ୟ ପକାନ୍ତୁ । ମିଶ୍ରଣକୁ ଏବେ ବ୍ଲେଣ୍ଡରରେ ଗ୍ରାଇଣ୍ଡିଂ କରନ୍ତୁ ।

କଡ଼ାଇରେ ସାମାନ୍ୟ ତେଲ ପକାଇ, ସେହି ମିଶ୍ରଣକୁ ପକାନ୍ତୁ, ଏଥିରେ ଧନିଆ ଗୁଣ୍ଡ,ଜିରା ଗୁଣ୍ଡ, ଗରମ ମସଲା, କଟା କ୍ୟାପସିକମ ପକାଇ ୧୦ ମିନିଟ ଘୋଡ଼ାଇ ଦିଅନ୍ତୁ । ଏବେ ଏଥିରେ ପନିର ପକାନ୍ତୁ । ଏହିଭଳି ପ୍ରସ୍ତୁତ କରନ୍ତୁ ପନିର କ୍ୟାପସିକମ ମସାଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More