Only for Entertainment

ମାଛ ଖାଉଥିବା ବ୍ୟକ୍ତି ମାଛ ନ ଖାଉଥିବା ବ୍ୟକ୍ତିଙ୍କ ତୁଳନାରେ ଅଧିକ ଦିନ ବଂଚନ୍ତି ।

Care2
0 43

ଓମେଗା ୩ ଫ୍ୟାଟି ଏସିଡ ଯୁକ୍ତ ସାଲମନ, ରୋହି, ମେକେରାଲ ଏବଂ ସାର୍ଡିନ ଭଳି ମାଛ ଏବଂ ଅନ୍ୟ ଖାଦ୍ୟ ପଦାର୍ଥ ଯେଉଁଥିରେ ଓମେଗା ୩ ଫ୍ୟାଟି ଏସିଡ ମିଳିଥାଏ ଖାଇବାଦ୍ୱାରା କ୍ୟାନସର ଏବଂ ହୃଦୟ ସମ୍ପନ୍ଧିତ ରୋଗରୁ ହେଉଥିବା ଅକାଳ ମୃତ୍ୟୁରୁ ରକ୍ଷା ପାଇପାରିବେ । ଏକ ଅଧ୍ୟୟନରୁ ଏହା ଜଣା ପଡିଛି । ଏହାସହ ମାଛ ଖାଇବାଦ୍ୱାରା କେବଳ ଆୟୁଷ ବଢି ନଥାଏ ବରଂ ଯୌବନ ମଧ୍ୟ ରଙ୍ଗିନ ହୋଇଥାଏ ।

୧୬ବର୍ଷ ଯାଏଁ କରାଯାଇଥିଲା ଅଧ୍ୟୟନ
ଏହି ଅଧ୍ୟୟନରେ ୨ଲକ୍ଷ ୪୦ହଜାର ୭୨୯ପୁରୁଷ ଏବଂ ୧ଲକ୍ଷ ୮୦ହଜାର ମହିଳାଙ୍କର ୧୬ବର୍ଷ ପର୍ଯ୍ୟନ୍ତ ଅଧ୍ୟୟନ କରାଯାଇଥିଲା । ଏଥିମଧ୍ୟରୁ ୫୪ହଜାର ୨୩୦ପୁରୁଷ ଏବଂ ୩୦ହଜାର ୮୮୨ମହିଳା ରିସର୍ଚ କରିବା ସମୟରେ ମୃତ୍ୟୁ ହୋଇଯାଇଥିଲା । ଏହି ଅଧ୍ୟୟନ ମୁତାବକ ମାଛରେ ମିଳୁଥିବା ଓମେଗା୩ ଫ୍ୟାଟି ଏସିଡ ଏବଂ ମୃତ୍ୟୁ ହୋଇଥିବା ଲୋକଙ୍କ ମଧ୍ୟରେ ଏହାର ଅଭାବର ସମ୍ବନ୍ଧ ଦେଖିବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More