Only for Entertainment

ଆଖିରେ ଆଖିରେ ମତୁଆଲା କଲେ ଯୁବପିଢୀଙ୍କୁ, ସାଜିଲେ ଇଂଷ୍ଟାଗ୍ରାମର ତୃତୀୟ ଲୋକପିୟ ସେଲିବ୍ରେଟୀ ।

youtube
0 66

୩ ଦିନରେ ଇଂଟରନେଟରେ ଛାଇ ଯାଇଛନ୍ତି ମଲାୟାଲାମ ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିୟର । ଭାଲେଂଟାଇନ ସପ୍ତାହରେ ତାଙ୍କ ଆଖିର ଅନ୍ଦାଜରେ ମତୁଆଲା ହୋଇଯାଇଛନ୍ତି କୋଟି କୋଟି ଲୋକ । କେବଳ ସୋସିଆଲ ମିଡିଆ ବ୍ୟବହାରକାରୀ ନୁହଁନ୍ତି ବରଂ ରାଜନେତା ମାନେ ମଧ୍ୟ ଏଥିରୁ ବାଦ ପଡ଼ିନାହାଁନ୍ତି । ସେମାନଙ୍କୁ ଯୋଡ଼ି ଭିନ୍ନ ଭାବରେ ପ୍ରସ୍ତୁତ କରାଯାଇଛି ବିଭିନ୍ନ ଭିଡିଓ । ପ୍ରିୟା ଗୋଟିଏ ଦିନରେ ପାଲଟି ଯାଇଛନ୍ତି ଦୁନିଆର ତୃତୀୟ ଲୋକପ୍ରିୟ ଇଂଷ୍ଟାଗ୍ରାମ ସେଲିବ୍ରେଟୀ । ୟୁଟ୍ୟୁରେ ୯୦ ଲକ୍ଷରୁ ଅଧିକ ଲୋକ ଏହାକୁ ଦେଖି ସାରିଛନ୍ତି ।

ଫିଲ୍ମ ସୁଟିଂ ଆରମ୍ଭ ହେଉ ହେଉ ସେଲିବ୍ରେଟୀ ହେଲେ ପ୍ରିୟା ୱାରିୟର । ଦିୱାନା କରିଛନ୍ତି ଲକ୍ଷ ଲକ୍ଷ ଲୋକଙ୍କୁ । ଭାଲେଂଟାଇନ ସପ୍ତାହରେ ରିଲିଜ ହୋଇଛି ତାଙ୍କ ଚଳଚ୍ଚିତ୍ରର ଏକ ଛୋଟ ଟିଜର । କିନ୍ତୁ କେବଳ ଭାରତ ନୁହେଁ ପାକିସ୍ତାନ ଓ ଇଜିପ୍ଟରେ ମଧ୍ୟ ଲକ୍ଷ ଲକ୍ଷ ଲୋକ ଏହାକୁ ପସନ୍ଦ କରିଛନ୍ତି । ତେବେ ଖୁବ ମାତ୍ରାରେ ଭାଇରାଲ ହେଉଛି ପ୍ରିୟାଙ୍କ ଭିଡିଓ ଓ ହଜାର ହଜାର ମାତ୍ରାରେ ସେୟାର ମଧ୍ୟ ହେଉଛି ।

୩ ଦିନ ମଧ୍ୟରେ ପ୍ରିୟାଙ୍କ ଫ୍ୟାନ ଫଲୋର୍ସ ଇଂଷ୍ଟାଗ୍ରାମରେ ୨୦ ଲକ୍ଷରୁ ଅଧିକ ହୋଇଛନ୍ତି । ତେବେ ଭାଲେଂଟାଇନ ଡେ ପାଇଁ ରିଲିଜ ହୋଇଛି ପ୍ରିୟାଙ୍କ ଅଭିନୀତ ମଲୟାଲାମ ଫିଲ୍ମ ‘ଓରୁ ଅଦାର ଲଭ୍ର ଗୀତ’ । ଏହି ଗୀତରେ ପ୍ରିୟାଙ୍କର ଆଖିମରା ଅନ୍ଦାଜରେ ପାଗଳ ହୋଇଛନ୍ତି ଲକ୍ଷ ଲକ୍ଷ ଯୁବପିଢୀ । ଏହା ହେଉଛି ପ୍ରିୟାଙ୍କର ପ୍ରଥମ ଫିଲ୍ମ । ଫିଲ୍ମ ପୂର୍ବରୁ ପ୍ରିୟା ସେଲିବ୍ରେଟୀ ହୋଇଯାଇଛନ୍ତି ଏଥିରେ ସନ୍ଦେହ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More