Only for Entertainment

ସୀମା ନୁହେଁ ସଂପର୍କ ଡୋରରେ ସମସ୍ତେ ବନ୍ଧା । ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧି ପ୍ରମାଣ କରିଛନ୍ତି ଭଉଣୀ ମୋହସିନ ।

youtube
0 57

ଆସନ୍ତା କାଲି ରକ୍ଷାବନ୍ଧନ । ଭଉଣୀ ଖୁବ ଉତ୍ସାହର ସହିତ ଅପେକ୍ଷା କରିଥାଏ ଏହି ଦିନକୁ,ଭାଇ ହାତରେ ରାକ୍ଷୀ ବାନ୍ଧିବା ପାଇଁ । କାରଣ ଭାଇ ତାକୁ ପ୍ରତ୍ୟେକ ବିପଦରୁ ରକ୍ଷା କରିବ । ତେବେ ସମସ୍ତେ ସଂପର୍କର ସୂତା ଖିଅରେ ବନ୍ଧା । ଏଥିପାଇଁ କୌଣସି ସୀମାର ଭେଦଭାବ ମଧ୍ୟ କିଛି କରିପାରିବ ନାହିଁ । ଏଥିରେ ଜାତି ଭେଦ ଓ ରଙ୍ଗ ଭାବର ସ୍ଥାନ ନାହିଁ । ଏହା ନିର୍ମଳ ଓ ପବିତ୍ର । ଆଜ୍ଞା ହଁ ସେହିଭଳି ଏକ ସଂପର୍କ ଦେଖିବାକୁ ମିଳିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜଣେ ପାକିସ୍ତାନୀ ମହିଳାଙ୍କ ମଧ୍ୟରେ । ପ୍ରତିବର୍ଷ ରକ୍ଷାବନ୍ଧନକୁ ଚାହିଁ ରହିଥାନ୍ତି ଏହି ଭଉଣୀ କମର ମୋହସିନ ଶେଖ ।

ମୋଦି ଯେତେବେଳେ ଆରଏସଏସର କାର୍ଯ୍ୟକର୍ତା ଥିଲେ ସେହି ସମୟରୁ ହିଁ କମରଙ୍କ ଠାରୁ ରାକ୍ଷୀ ବନ୍ଧାଇ ତାଙ୍କୁ ଭଉଣୀ ବୋଲି ସ୍ୱୀକାର କରିଥିବା କହିଛନ୍ତି ସେ । ବିବାହ ପରେ ପାକିସ୍ତାନରୁ ଭାରତ ଆସି ସ୍ଥାୟୀ ବାସିନ୍ଦା ଭାବେ ରହୁଥିବା କମର ସେବେଠାରୁ ପ୍ରତି ରକ୍ଷାବନ୍ଧନରେ ମୋଦିଙ୍କୁ ରାକ୍ଷୀ ବାନ୍ଧୁଛନ୍ତି । ଦୀର୍ଘ ୩୬ ବର୍ଷରୁ ସେ ମୋଦିଙ୍କୁ ରାକ୍ଷୀ ବାନ୍ଧି ଆସୁଥିବା ଜଣାପଡ଼ିଛି ।

କମର ରୁହନ୍ତି ଅହମ୍ମଦାବାଦରେ । ତେଣୁ ଗତବର୍ଷ ରାକ୍ଷୀକୁ ମଧ୍ୟ ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ । କମର କହିଛନ୍ତି କି, ଗତ ବର୍ଷ ରାକ୍ଷୀକୁ ସେ ଆଶା କରିନଥିଲେ ତାଙ୍କୁ ରାକ୍ଷୀ ବାନ୍ଧିବାର ସୁଯୋଗ ମିଳିବ ବୋଲି । ହେଲେ ପ୍ରତିବର୍ଶ ଭଳି ମଧ୍ୟ ଗତବର୍ଷ ନିର୍ଦ୍ଧାରିତ ସମୟରେ ମୋଦିଙ୍କ ନିକଟରୁ ତାଙ୍କ ପାଖକୁ ଫୋନ୍ ଆସିଥିଲା । କଲ୍ ଆସିବା ପରେ ତାଙ୍କ ଖୁସି ଦ୍ୱିଗୁଣିତ ହୋଇ ଯାଇଥିଲା । କମର ଗତବର୍ଷ ମଧ୍ୟ ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ । ତେବେ ପାକିସ୍ତାନରେ ବି ମୋଦିଙ୍କୁ ଭଲ ପାଉଥିବା ଅନେକ ଲୋକ ଅଛନ୍ତି ଓ ଯଦି ସେଠାରେ ମୋଦି ନିର୍ବାଚନ ଲଢିବେ ନିଶ୍ଚୟ ଜିତିବେ ବୋଲି ଭାବ ବିହ୍ୱଳ ହୋଇ କହିଛନ୍ତି କମର ମୋହସିନ୍ ।

କେବଳ କମର ମୋହସିନ ନୁହନ୍ତି ଅନେକ ସ୍କୁଲ ଛାତ୍ରୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିବାକୁ ଆସନ୍ତି । ସେହିପରି ବୃନ୍ଦାବନ ବିଧବା ଆଶ୍ରମରୁ ମଧ୍ୟ ମହିଳା ମାନେ ଆସି ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧନ୍ତି। ଏହା ବ୍ୟତୀତ ବ୍ରହ୍ମକୁମାରୀ ବିଶ୍ୱବିଦ୍ୟାଳୟ ପରି ଅନେକ ସଂଗଠନର କାର୍ଯ୍ୟକର୍ତା ଆସି ପ୍ରଧାନମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More