Only for Entertainment

ଭାଇରାଲ ହେଉଛି ଶ୍ଲୋକାଙ୍କ ଲେହଙ୍ଗା ଫଟୋ, ଲୁଚି ରହିଥିଲା ଏଭଳି ରହସ୍ୟ ଯାହାକୁ ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

her zindegi
32

ଦେଶର ବଡ଼ ଧନୀ ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀଙ୍କ ବିବାହକୁ ପ୍ରାୟ ଏକ ମାସ ପୂରି ଯାଇଛି । ଏହି ମଧ୍ୟରେ ତାଙ୍କ ପତ୍ନୀ ଶ୍ଲୋକାଙ୍କୁ ନେଇ ଆସିଛି ଏକ ବିରାଟ ରହସ୍ୟ । ଆଜ୍ଞା ହଁ ତାହା କୌଣସି ଘଟଣା ନୁହେଁ ବରଂ ଶ୍ଲୋକାଙ୍କ ଲେହଙ୍ଗାର ରହସ୍ୟ । ଯାହାକୁ ହୁଏତ ଖୁବ କମ ଲୋକ ଜାଣିଥିବେ । ଶ୍ଲୋକାଙ୍କ ସଙ୍ଗୀତ ସେରିମନିର କିଛି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ବହୁତ ସୁନ୍ଦର ଲାଗୁଛନ୍ତି। ଏହି ଫଟୋରେ ଶ୍ଲୋକା ଦୋଳିରେ ବସିଥିବା ବେଳେ ଆକାଶ ତାଙ୍କୁ ଝୁଲାଉଛନ୍ତି। ଦୁହିଁଙ୍କ ପ୍ରେମଭରା ଚାହାଣି ଯାହାର ବି ନଜର ଟାଣିବାକୁ ଯଥେଷ୍ଟ । ଏପରି ଖାସ୍‌ ମୁହୂର୍ତ୍ତରେ ଶ୍ଲୋକା ଲାଇଟ୍‌ ପର୍ପଲ କଲରର ଲେହେଙ୍ଗାରେ ପୁରା ପରୀଟିଏ ଭଳି ଲାଗୁଥିଲେ। ଆକାଶ ମଧ୍ୟ ମେରୁନ କଲରର ଶେରୱାନିରେ ଖୁବ ହ୍ୟାଣ୍ଡସମ୍‌ ଲାଗୁଥିଲେ ।

 

ଶ୍ଲୋକାଙ୍କ ଏହି ଲେହେଙ୍ଗା ଡିଜାଇନ କରିଥିଲେ ଫେମଶ୍‌ ଡିଜାଇନର କ୍ରେଶା ବଜାଜ। ଏହି ଲେହେଙ୍ଗାର ସ୍ୱତନ୍ତ୍ରତା ହେଲା ଯେ, ଏହାକୁ କ୍ରିଷ୍ଟାଲ ଷ୍ଟୋନରେ ସଜା ଯାଇଥିଲା। ଯେଉଁଥିରେ କି ଏହି ଲଭ ବାର୍ଡଙ୍କ ପ୍ରେମ କାହାଣୀ ଖୋଦିତ ହୋଇଥିଲା। ଏହାର ପ୍ରସ୍ତୁତି ନିମନ୍ତେ ୫୦ ହଜାର କ୍ରିଷ୍ଟାଲ ଷ୍ଟୋନ ସହ କାଚର ମୋତି ସମେତ ବହୁ ମୂଲ୍ୟବାନ ଷ୍ଟୋନ ବ୍ୟବହାର ହୋଇଛି। ଏ ସମ୍ପର୍କୀତ ତଥ୍ୟ ଖୋଦ ଏହାକୁ ଡିଜାଇନ କରିଥିବା କ୍ରେଶା ବଜାଜ୍‌ ନିଜ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଦେଇଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More