Only for Entertainment

ସ୍ମୃତି ଇରାନୀଙ୍କ ଝିଅ ସହିତ ଦାଦାଗିରି କରୁଥିଲା କ୍ଲାସମେଟ, ମନ୍ତ୍ରୀ ଏପରି ଦେଲେ ଶିକ୍ଷା

ndtv
40

କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି ଇରାନୀ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଦାଦାଗିରିକୁ ନେଇ ଏକ ଦମଦାର ପୋଷ୍ଟ କରିଛନ୍ତି । ନିଜ ଅନୁଭବକୁ ପ୍ରକାଶ କରି ସେ କହିଛନ୍ତି ଯେ, ତାଙ୍କ ଝିଅ ସହିତ କିପରି ଜଣେ ସ୍କୁଲରେ ଦାଦାଗିରି କରୁଥିଲା ।

ଇଂଷ୍ଟାଗ୍ରାମରେ ସ୍ମୃତି ଇରାନୀ ଝିଅ ଜୋଇଶ ଇରାନୀଙ୍କ ଏକ ଫଟୋ ସେୟାର କରି ସେ କହିଛନ୍ତି ଯେ ଯେଉଁ ଫଟୋକୁ ଗୋଟିଏ ଦିନ ପୂର୍ବରୁ ଡିଲିଟ କରିଥିଲେ ତାହାକୁ ସେ ପୁଣିଥରେ କ’ଣ ପାଇଁ ସେୟାର କରିଛନ୍ତି ।

କେନ୍ଦ୍ର ମନ୍ତ୍ରୀ ଲେଖିଛନ୍ତି ଯେ, ‘ମୁଁ କାଲି ମୋ ଝିଅର ଗୋଟିଏ ସେଲ୍ଫି ଡିଲିଟ କରିଦେଇଥିଲି କାରଣ ଜଣେ ବୋକା ସ୍କୁଲରେ ତା ସହିତ ଦାଦାଗିରି କରୁଛି । ସେହି ପିଲାଟି ମୋ ଝିଅର ଲୁକ୍ସକୁ ନେଇ ମଜାକ ବନାଏ ଏବଂ କ୍ଲାସରେ ନିଜ ବନ୍ଧୁ ମାନଙ୍କୁ କୁହେ ଯେ ତାକୁ ମା’ର ଇଂଷ୍ଟାଗ୍ରାମ ପୋଷ୍ଟର ଫଟୋକୁ ନେଇ ଲାଜ କରିବା ଦରକାର ।’

 

 

View this post on Instagram

 

I deleted my daughter’s selfie yesterday coz an idiot bully in her class ,A Jha ,mocks her for her looks & tells his pals in class to humiliate her for how she looks in her mother’s insta post. My child pleaded with me ‘ Ma please delete it, they are making fun of me’. I obliged coz I could not stand her tears. Then I realised my act just supported the bully . So Mr Jha , my daughter is an accomplished sports person, record holder in Limca Books, 2 Nd Dan black belt in Karate, at the World Championships has been awarded bronze medal twice; is a loving daughter and yes damn beautiful. Bully her all you want , she will fight back. She is Zoish Irani and I’m proud to be her Mom ❤️

A post shared by Smriti Irani (@smritiiraniofficial) on

ସ୍ମୃତିଙ୍କ କହିବା ଅନୁସାରେ ତାଙ୍କ ଝିଅ ତାଙ୍କୁ ଏହି ଫଟୋକୁ ଡିଲିଟ କରିବା ପାଇଁ କହିଥିଲେ ଏବଂ ସେ ଜୋଇଶଙ୍କ କଥା ମାନିଥିଲି ମଧ୍ୟ । ସ୍ମୃତିଙ୍କ କହିବା ଅନୁସାରେ ସେ ତାଙ୍କ ଝିଅଙ୍କ କଥା ମାନି ଥିଲେ କାରଣ ସେ ଜୋଇଶଙ୍କ ଆଖିରେ ଲୁହ ଦେଖିବାକୁ ଚାହୁଁନଥିଲେ ।

ଏହା ପରେ ସ୍ମତି ଚିନ୍ତା କରିଥିଲେ ଯେ ଏପରି କରିବା ଦ୍ୱାରା ଖରାପ ଲୋକଙ୍କୁ ଆହୁରି ଶକ୍ତି ମିଳିବ । ଏହି ଫଟୋକୁ ପୁଣିଥରେ ସେୟାର କରି ସ୍ମତି ଇରାନୀ ଲେଖିଥିଲେ, ‘ମୋତେ ଅନୁଭବ ହେଲା ଯେ ମୋର ଏପରି କହିବା ଦ୍ୱାରା ଗୁଣ୍ଡାଗିରିକୁ ଆହୁରି ସପୋର୍ଟ ମିଳିବ ।’

ନିଜ ଝିଅକୁ ସପୋର୍ଟ କରି ସ୍ମୃତି ଇରାନୀ ସେହି କ୍ଲାସ ମେଟ ପାଇଁ ଲେଖିଥିଲେ, ‘ମୋ ଝିଅ ଜଣେ ସଫଳ ଖେଳାଳୀ । ଲିମ୍କା ବୁକ୍ସରେ ତା’ ନାଁ ରହିଛି , କରାଟେରେ ସେ ବ୍ଲାକ ବେଲ୍ଟ ଏବଂ ବିଶ୍ୱ ଚମ୍ପିଆନସିପରେ ଦୁଇ ଥର ବ୍ରୋଂଚ ପଦକ ମିଳିଛି । ସେ ବହୁତ ଭଲ ଝିଅ ଏବଂ ସୁନ୍ଦର ମଧ୍ୟ ।’

ଏହା ସହିତ ପୋଷ୍ଟର ଶେଷରେ ସ୍ମୃତି ଲେଖିଥିଲେ, ‘ତୁମେ ତା’ ସହିତ ଯେତେ ଦାଦାଗିରି କର, ସେ ପୁଣିଥରେ ଲଢିବ । ସେ ଜୋଇଶ ଇରାନୀ ଏବଂ ତା’ ମା ହୋଇଥିବାରୁ ମୁଁ ଗର୍ବିତ ।’

ସ୍ମୃତି ଇରାନୀ ଏହି ପୋଷ୍ଟ ସେୟାର କରିବା ପରେ ତା’ର ଅଧ ଘଣ୍ଟା ଭିତରେ ହିଁ ୧୪ ହଜାର ଲାଇକ୍ସ ମିଳିସାରିଛି । ଅନେକ ଲୋକେ ଏହାର ସମର୍ଥନରେ ବାହାରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More