Only for Entertainment

ଡିଏନଏ ମ୍ୟାଚ କରି ଲୋକଙ୍କୁ ସାଥି ଯୋଗାଉଛି ସ୍ପିଡ ଡେଟିଂ !

google
44

ଜାପାନରେ ଡିଏନ୍‍ଏ ମ୍ୟାଚିଂ ମାଧ୍ୟମରେ ଗାର୍ଲଫ୍ରେଣ୍ଡ ଏବଂ ବୟଫ୍ରେଣ୍ଡ ସେବା ସୁବିଧା ଏବେ ଲୋକଙ୍କ ଦ୍ୱାରା ବେଶ ଗ୍ରହଣୀୟ ହେଉଛି । ଏହାକୁ ସ୍ପିଡ୍‍ ଡେଟିଂ କୁହାଯାଉଛି । ଏହା ପଛର ଯୁକ୍ତି ହେଉଛି ଯୁବକ ଯୁବତୀଙ୍କ ମଧ୍ୟରେ ଜିନ୍‍ ଯେତିକି ଅଧିକ ଭିନ୍ନ ରହିବ ପାର୍ଟନରଙ୍କ ମଧ୍ୟରେ ସେତିକି ଆକର୍ଷଣ ଅଧିକ ବଢିବ । ୨୫ବର୍ଷ ତଳୁ ମ୍ୟାଚ୍‍ ମେକିଂ ସର୍ଭିସ୍‍ ଯୋଗାଉଥିବା କମ୍ପାନୀ ନୋଜି ଜାନୁଆରୀ ମାସରୁ ଡିଏନ୍‍ଏ ମାଧ୍ୟମରେ ଏହି ସେବା ସୁବିଧା ଆରମ୍ଭ କରିଛି ।

କମ୍ପାନୀ ପୁଅ ଝିଅଙ୍କ ଠାରୁ ସେମାନଙ୍କର ଡିଏନ୍‍ଏ ସାମ୍ପୁଲ ସଂଗ୍ରହ କରି ସେହି ରିପୋର୍ଟ ଆଧାରରେ ମ୍ୟାଚିଂ କରାଉଛି । ତେଣୁ ସଠିକ୍‍ ପାଟର୍ନର ପାଇବା ପାଇଁ ଶତାଧିକ ଲୋକେ ନୋଜିର ଏହି ଅଭିଯାନରେ ନିଜକୁ ସାମିଲ କରୁଛନ୍ତି । କମ୍ପାନୀର ଜଣେ ପ୍ରବକ୍ତା କହିଛନ୍ତି ଯେ, କୌଣସି ବ୍ୟକ୍ତି ଅନ୍ୟ ବ୍ୟକ୍ତି ପ୍ରତି ଆକର୍ଷିତ ହେବାରେ ୫୦% ଯୋଗଦାନ ହେଉଛି ଡିଏନ୍‍ଏର । ଆଉ ବାକି ୫୦% ପରିବେଶ ଉପରେ ନିର୍ଭର କରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More