Only for Entertainment

କାହିଁକି କୈଳାଶ ପର୍ବତର ଏହି ହ୍ରଦରେ ସ୍ନାନ କରିବାକୁ ବାରଣ କରାଯାଇଛି?

punjabkeshari
140

କୈଳାଶ ପର୍ବତରେ ଦୁଇଟି ସ୍ଥାନ ରହିଛି, ଯେଉଁଥିରୁ ଗୋଟିଏର ନାମ ହେଉଛି ରାକ୍ଷସତାଳ ଏବଂ ଅନ୍ୟଟି ହେଉଛି ଗୌରୀକୁଣ୍ଡ । ଏହି ଦୁଇଟିକୁ ନେଇ ବିଭିନ୍ନ କଥା ପ୍ରଚଳିତ । ରାକ୍ଷସତାଳ ବିଷୟରେ କୁହାଯାଏଯେ ଏଠାରେ ସ୍ନାନ କରିବା ମନା । ଏହା ସହିତ ଜଡ଼ିତ ପୌରାଣିକ କିମ୍ବଦନ୍ତୀ ଅନୁସାରେ ଲଙ୍କାପତି ରାବଣ ଏହି ହ୍ରଦରେ ବୁଡ଼ ମାରିଥିଲେ ବା ସ୍ନାନ କରିଥିଲେ ଏବଂ ତାଙ୍କ ମନ ଉପରେ ଖରାପ ପ୍ରଭାବ ପଡ଼ିଥିଲା । ଅନ୍ୟ ପକ୍ଷରେ ଗୌରୀକୁଣ୍ଡ ବିଷୟରେ କୁହାଯାଏଯେ, ଏହା ଦେବୀ ପାର୍ବତୀତ ସ୍ନାନ କରିବାର ସ୍ଥାନ, ତେଣୁ ସବୁବେଳେ ଏହାଠାରୁ ଦୂରତା ବଜାୟ ରହେ । ଲୋକ ମାନ୍ୟତା ଅନୁସାରେ ଦେବୀ ପାର୍ବତୀ ଆଜି ମଧ୍ୟ ଏଠାକୁ ସ୍ନାନ କରିବାକୁ ଆସନ୍ତି । କିଛି ୱେବସାଇଟ ଅନୁସାରେ ରାବଣ ପ୍ରଭୁ ଶିବଙ୍କ ଭକ୍ତ ହେବା ସହିତ ଜଣେ ରାଜା, ମହାନ ପ୍ରଶାସକ ଏବଂ ଖୁବ ପ୍ରତିଭାଶାଳୀ ବ୍ୟକ୍ତି ଥିଲେ ।

 ଦିନକର କଥା, ଥରେ ରାବଣ ଆରାଧନା ପାଇଁ କୈଳାଶ ପର୍ବତ ଯାଇଥିଲେ । କିନ୍ତୁ ଭୋଳାନାଥଙ୍କ ନିକଟକୁ ଯିବା ପୂର୍ବରୁ ସେ ସ୍ନାନ କରିବାକୁ ଚାହୁଁଥିଲେ । ତେଣୁ ସେ ରାକ୍ଷସତାଳରେ ବୁଡ଼ ମାରିଥିଲେ । ବୁଡ଼ ମାରିବା ପରେ ଯେତେବେଳେ ସେ ଆଗକୁ ବଢିଲେ ରାସ୍ତାରେ ତାଙ୍କ ନଜର ଦେବୀ ପାର୍ବତୀଙ୍କ ଉପରେ ପଡ଼ିଲା । କିଛି ସମୟ ପରେ ସେ ଶିବଙ୍କ ନିକଟକୁ ଗଲେ ଏବଂ ସ୍ତୁତି କଲେ । ଯାହାପରେ ଭୋଳା ବାବା ସନ୍ତୁଷ୍ଟ ହୋଇ ବର ମାଗିବାକୁ କହିଲେ । ଉତ୍ତରରେ ରାବଣ କହିଲେ, ମୋତେ ତୁମ ପତ୍ନୀ ଦରକାର । କୁହାଯାଏ ତାଙ୍କ ବୁଦ୍ଧି ଭ୍ରଷ୍ଟ ହେବାର କାରଣ ହେଉଛି ସେ ରାକ୍ଷସତାଳରେ ବୁଡ଼ ମାରିଥିଲେ । ଯାହାପରେ ରାବଣ ମୁଣ୍ଡରେ ଖରାପ ଚିନ୍ତା ଜନ୍ମ ହୋଇଥିଲା ।

ଏହି ସ୍ଥାନରେ ସ୍ନାନ ନକରିବାକୁ ନେଇ ଏକ ବୈଜ୍ଞାନିକ କାରଣ ରହିଛି, ଯେଉଁଥିରେ କୁହାଯାଇଛି ଏହାର ଜଳରେ କିଛି ପ୍ରାକୃତିକ ଗ୍ୟାସ ରହିଛି ଯାହା ବିଷାକ୍ତ । ତେଣୁ ଏଠାରେ ସ୍ନାନ ନକରିବା ଉଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More