ପ୍ରତ୍ର୍ୟେକ ଦିନ ବଜାନ୍ତୁ ଶଙ୍ଖ, ଶରୀରକୁ ମିଳିବ ଏହି ସବୁ ଫାଇଦା ।
ଆପଣ ତ ଜାଣିଥିବେ ପୂଜା କରିବା ସମୟରେ ଶଙ୍ଖ ବଜାଇବା ଦ୍ୱାର ଭଗବାନ ପ୍ରଶନ୍ନ ହୋଇଥାନ୍ତି । ଶଙ୍ଖର ଶବ୍ଦ ଏକ ସକରାତ୍ମକ ବାତାବରଣ ସୃଷ୍ଟି କରିଥାଏ । କିନ୍ତୁ ଆପଣ ଜାଣନ୍ତି କି ଶଙ୍ଖ ଫୁଙ୍କିବା ଶରୀର ପାଇଁ କେତେ ଉପକାରୀ । ଶଙ୍ଖ ବଜାଇବା ବ୍ୟତିତ ଏଥିରେ ରଖାଯାଇଥିବା ପାଣି ପିଇବା ଦ୍ୱାରା ସ୍କିନ ସମସ୍ୟା ଦୂର ହୋଇଥାଏ । ଆସନ୍ତୁ ଜାଣିବା ଶଙ୍ଖ ବଜାଇବା ଦ୍ୱାରା କ’ଣ ଫାଇଦା ମିଳିଥାଏ ।
- କୁଞ୍ଚନ ଦୂର ହୋଇଥାଏ-
ଯଦି ଆପଣଙ୍କ ଚେହେରାରେ କୁଞ୍ଚନ ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି ତେବେ ଶଙ୍ଖ ବଜାଇବା ଦ୍ୱାରା ଆପଣଙ୍କୁ ଫାଇଦା ମିଳିପାରେ । ଶଙ୍ଖ ବଜାଇବା ଦ୍ୱାରା ମସଲ୍ସ ଟ୍ରେଚ ହୋଇଥାଏ ଏବଂ କୁଞ୍ଚନ କମିଯାଇଥାଏ । - ଚିନ୍ତାରୁ ମୁକ୍ତି ଦେଇଥାଏ-
ଶଙ୍ଖ ବଜାଇବା ଦ୍ୱାରା ଚିନ୍ତା ମଧ୍ୟ ଦୂର ହୋଇଥାଏ । ଶଙ୍ଖ ବଜାଇବା ଫଳରେ ମୁଣ୍ଡରେ ରକ୍ତ ସଂଚାଳନ ଠିକ ଭାବେ ହୋଇଥାଏ ଏବଂ ମୁଣ୍ଡ ଶାନ୍ତ ରହିଥାଏ । - ଗ୍ୟାସ ସମସ୍ୟା ଦୂର ହୋଇଥାଏ-
ଶଙ୍ଖ ଫୁଙ୍କିବା ଫଳରେ ଆମ ଶରୀରର ଭିତର ଅଙ୍ଗ ଗୁଡିକର ଏକ୍ସରସାଇଜ ହୋଇଥାଏ ଏହା ସହିତ ଗ୍ୟାସ ପରି ସମସ୍ୟା ଦୂର ହୋଇଥାଏ । - ଫୁସଫୁସ ପାଇଁ ଲାଭଦାୟକ –
ଶଙ୍ଖ ବଜାଇବା ଦ୍ୱାରା ଫୁସଫୁସର ମଧ୍ୟ ଏକ୍ସରସାଇଜ ହୋଇଥାଏ । ଏହା ଫୁସଫୁସକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ଏହା ସହିତ ଶ୍ୱାସ ସହଜଡିତ ସମସ୍ୟା ମଧ୍ୟ ଦୂର ହୋଇଥାଏ ।