Only for Entertainment

ଟ୍ରାନ୍ସଜେଣ୍ଡର ପିଲାଙ୍କ ସୁବିଧା ପାଇଁ ତାମିଲନାଡୁରେ ନୂଆ ନିଷ୍ପତ୍ତି, ପାଠପଢାରେ ମିଳିବ ସାହାଯ୍ୟ !

21

ମା-ବାପାଙ୍କ ଠାରୁ ତଡାଖାଇଥିବା ଟ୍ରାନ୍ସଜେଂଡର ପିଲାଙ୍କୁ କୌଣସି ଲୋକ ଆପଣାନ୍ତି ନା ସମାଜ ସେମାନଙ୍କୁ ସ୍ୱୀକାର କରିଥାଏ । ଏହିଭଳି ଶିଶୁ କୌଣସି ଆଶ୍ରୟ ନ ପାଇ ଚାରିଆଡେ ବେସାହାରା ହୋଇ ବୁଲିବାକୁ ବାଧ୍ୟ ହୋଇଥାଆନ୍ତି । ଏଭଳି ପିଲାଙ୍କୁ ସମାଜ ସହ ଯୋଡି ପାଇଁ ତାମିଲନାଡୁର ଏକ ଶିକ୍ଷାନୁଷ୍ଠାନ ଗଠନ କରିବାକୁ ପ୍ରୟାସ କରିଛନ୍ତି । ଏହି ସଂସ୍ଥାରେ ନିରାଶ୍ରୟ ଟ୍ରାନ୍ସଜେଣ୍ଡର ପିଲାଙ୍କୁ ଆଶ୍ରୟ ଦେବା ପାଇଁ ଏକ ହଷ୍ଟେଲର ସୁବିଧା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହାବ୍ୟତୀତ ପାଠପଢାରେ ମଧ୍ୟ ପିଲାଙ୍କ ସାହାଯ୍ୟ ହୋଇଯିବ ।

ସ୍ୱାମୀ ଶିବାନନ୍ଦ ସମିତି ଦ୍ୱାରା ସଂଚାଳିତ ସ୍କୁଲର ସିଇଓ ରିଟାୟର୍ଡ ମେଜର ଜେନେରାଲ ଏନଆରକେ ବାବୁଙ୍କ କହିବା ମୁତାବକ ତାଙ୍କୁ ଟ୍ରାନ୍ସଜେଂଡର ପିଲାଙ୍କ ପାଇଁ ହୋଷ୍ଟେଲ ଖୋଲିବା ପ୍ରେରଣା ସେତେବେଳେ ମିଳିଥିଲା । ଯେତେବେଳେ ୧୫ବର୍ଷର ପ୍ରିୟା ନାମକ ଝିଅକୁ ତାଙ୍କ ବାପା-ମା ଘରୁ ବାହାର କରି ଦେଇଥିଲେ ।

ଏହିକାରଣରୁ ସେ ଏଭଳି ଯୋଜନା ଆରମ୍ଭ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ଶିକ୍ଷାଗତ ଯୋଗ୍ୟତାରେ ତାଙ୍କୁ ଏହି ବ୍ୟବସ୍ଥା ସାହାଯ୍ୟ କରିବା ସହ ଏହା ସେମାନଙ୍କୁ ଆଶ୍ରୟ ମଧ୍ୟ ଦେବ । ଏହି ଦିଗରେ ପାଦ ବଢାଇ ଶିବାନନ୍ଦ ବାଲାଳୟ ସିବିଏସଇ ସ୍କୁଲରେ ଏହି ହଷ୍ଟେଲରେ ଆଧାରଶିଲା ଶନିବାର ଦିନ ରଖାଯାଇଥିଲା । ଶୁଣିବାକୁ ମିଳିଛି ଯେ ୩୦ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହେବା ଏହି ହଷ୍ଟେଲରେ ୪୦ଜଣ ଶିଶୁ ରହିବା ସୁବିଧା ହୋଇପାରିବ ।

ଅବସରପ୍ରାପ୍ତ ଜନରଲ ଏନଆରକେ ବାବୁଙ୍କ କହିବା ମୁତାବକ ସେ କହିଛନ୍ତି ସେ ସେହି ଅଭିଭାବକ ମାନଙ୍କୁ ସେ ଅନୁରୋଧ କରୁଛନ୍ତି ଯେ ପିଲାଙ୍କୁ ରାସ୍ତାରେ ଛାଡିବା ପରିବର୍ତ୍ତେ ତାଙ୍କ ହଷ୍ଟେଲରେ ଛାଡିଦେବେ । ୧୮ବର୍ଷ ବୟସ ପର୍ଯ୍ୟନ୍ତ ଟ୍ରାନ୍ସଜେଣ୍ଡର ଶିଶୁ ଏହି ହଷ୍ଟେଲରେ ରହିପାରିବେ । ୧୮ବର୍ଷ ପର୍ଯ୍ୟନ୍ତ ଏହି ଶିଶୁଙ୍କୁ ମନୋବୈଜ୍ଞାନିକ, ଆଇନ ଏବଂ ଚିକିତ୍ସା ପରାମର୍ଶର ସମସ୍ତ ଭାର ସ୍କୁଲ ତୁଲାଇବ । କେବଳ ସେତିକି ନୁହେଁ ତାଙ୍କର ସ୍କୁଲ ଶିକ୍ଷା ପୂରା ହେବା ପରେ ଏହି ପିଲାଙ୍କୁ କଲେଜ ପଠାଇ ଦିଆଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More