Only for Entertainment

ସ୍ୱାଧୀନତା ଦିବସରେ ଜନ୍ମ ହେଲା ଦେଶର ପ୍ରଥମ ପେଙ୍ଗୁଇନ ‘ଫ୍ରିଡମ ବେବି’, ସାମ୍ନାକୁ ଆସିଲା ଭିଡିଓ ।

hindustantimes
0 51

ମୁମ୍ବାଇର ବିରମାତା ଜିଜାବାଇ ଭୋସଲେ ଉଦ୍ୟାନ ଏବଂ ଚିଡିଆଖାନାକୁ ଏକ ନୂଆ ଅତିଥି ଆସିଛିି । ସ୍ୱାଧୀନତା ଦିବସ ଅବସରରେ ଦେଶର ପ୍ରଥମ ପେଙ୍ଗୁଇନ ଜନ୍ମ ହୋଇଛି । ଏହି ପେଙ୍ଗୁଇନର ନାମ ଦିଆଯାଇଛି ଫ୍ରିଡମ ବେବି । ଏହି ପେଙ୍ଗୁଇନ ବେବିକୁ ୩ ମାସ ପର୍ଯ୍ୟନ୍ତ ବିଶେଷଜ୍ଞ ତତ୍ୱାବଧାନରେ ରଖାଯିବ ।

ଦୁଇବର୍ଷ ପୂର୍ବେ ଥାଇଲ୍ୟାଣ୍ଡରୁ ଆଠଟି ହମ୍ବୋଲ୍ଟ ପୋଙ୍ଗୁଇନ ଭାରତକୁ ଅଣାଯାଇଥିଲା । ଏଥିମଧ୍ୟକୁ ୩ଟି ମେଲ ପେଙ୍ଗୁଇନ ଏବଂ ୫ଟି ଫିମେଲ ପେଙ୍ଗୁଇନ ଥିଲେ । ଏହି ୮ଟି ପେଙ୍ଗୁଇନକୁ ଆଣିବା ପାଇଂ ପାଖାପାଖି ଅଢେଇ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା ।

ଚିଡିଆଖାନାର ନିର୍ଦ୍ଦେଶକ ସଂଜୟ ତ୍ରୀପାଠୀ କହିଛନ୍ତି ଯେ ଜନ୍ମହୋଇଥିବା ପେଙ୍ଗୁଇନ ଆକ୍ଟିଭ ରହିଛି ତାର ମା ବେବି ପେଙ୍ଗୁଇନକୁ ଖୁଆଇବା ପାଇଁ ପ୍ରାୟାସ ମଧ୍ୟ କରୁଛି । କହିରଖୁଛୁ ଯେ ଥାଇଲ୍ୟାଣ୍ଡରୁ ଆସିଥିବା ଏହି ପେଙ୍ଗୁଇନ ମଧ୍ୟରୁ ଗୋଟିଏ ପେଙ୍ଗୁଇନ ୫ ଜୁଲାଇରେ ଅଣ୍ଡା ଦେଇଥିଲା । ୪୦ ଦିନରୁ ଏହି ଯୋଡା ଅଣ୍ଡାର ଦେଖାରେଖା କରୁଥିଲେ ।

ନିର୍ଦ୍ଦେଶକ ଏହା ମଧ୍ୟ କହିଛନ୍ତି ଯେ ବିଶେଷଜ୍ଞମାନେ ଡରି ଯାଇଥିଲେ ବୋଧ ହୁଏ ଏହି ଅଣ୍ଡା ମଧ୍ୟରେ ଭ୍ରୂଣ ନାହିଁ ବୋଲି । କିନ୍ତୁ ଏପରି କିଛି ହେଲା ନାହିଁ ପେଙ୍ଗୁଇନ ସୁରକ୍ଷିତ ଭାବେ ଜଲ୍ମ ନେଇଥିଲା । ଚିଡିଆଖାନା ପକ୍ଷରୁ ଏକ ଭିଡିଓ ମଧ୍ୟ ଜାରି କରାଯାଇଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More