Only for Entertainment

ଏକ କୁକୁର ୯ଟି ପୋଷ୍ୟ ସନ୍ତାନ ଗ୍ରହଣ କଲା, ଏହା ପଛରେ ରହିଛି ରହସ୍ୟମୟ ଘଟଣା ।

panjab keshri
0 33

ଆପଣ କେବେ ଶୁଣିଛନ୍ତି କି ଦେଖିଛନ୍ତି କୌଣସି ଜନ୍ତୁ ଅନ୍ୟ ଜନ୍ତୁର ଶିଶୁକୁ ପୋଷ୍ୟ ନେବା ? ଏହି କଥା ଶୁଣିବାକୁ ମଧ୍ୟ ଅଜବ ଲାଗୁଥାଇ ପାରେ, ମାତ୍ର ଏହା ସତ୍ୟ ଅଟେ । ବ୍ରିଟେନର ମାଉଂଟଫିଚେଟ କ୍ୟାସଲରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଜାଣିବାକୁ ମିଳିଛି । ବତକ ମାନଙ୍କୁ ପୋଷ୍ୟ ଗ୍ରହଣ କରିଥିବା ଭଳି ଏକ ଖବର ସାମ୍ନାକୁ ଆସିଛି । ଏକ କୁକୁର ବତକ ମାନଙ୍କ୍ୁ ପୋଷ୍ୟଭାବେ ଗ୍ରହଣ କରିଛି । ସେହି ବତକଙ୍କୁ ଆଡପ୍ଟ କରିଥିବା କୁକୁରର ନାମ ଫ୍ରେଡ ଅଟେ ।

ଯାହାର ବୟସ ୧୦ବର୍ଷ । ବତକ ମା’ ଛୁଆଙ୍କୁ ଜନ୍ମ କରି କୁଆଡେ ଉଭାନ ହୋଇଯାଇଥିବା କାରଣରୁ ତାଙ୍କୁ ମା’ର ସ୍ନେହ ଦେବ ଫ୍ରେଡ । ଫ୍ରେଡ ଏହି ସମସ୍ତ ଶିଶୁଙ୍କୁ ପିଠିରେ ବସାଇ ବୁଲାଉଛି । କାରଣ ଛୁଆମାନେ ଏବେ ଖୁବ ଛୋଟ ଅଛନ୍ତି । ଏହି ସମସ୍ତ ଶିଶୁ ସବୁବେଳେ ଫ୍ରେଡ ପାଖରେ ବସି ରହୁଛନ୍ତି ।

ଫ୍ରେଡର ମାଲିକଙ୍କ କହିବା ମୁତାବକ ସେ ସମସ୍ତ ବତକ ଛୁଆମାନଙ୍କୁ ଘରକୁ ନେଇ ଆସିଛନ୍ତି କାରଣ ସେହି ଛୁଆ ମାନେ ବହୁତ ଛୋଟ ଅଛନ୍ତି । ବିବିସି ରିପୋର୍ଟ ମୁତାବକ ସେହି ଛୁଆମାନେ ଫ୍ରେଡ ସହ ଶୋଉଛନ୍ତି ଏବଂ ଫ୍ରେଡର ପଛରେ ବୁଲୁଛନ୍ତି ମଧ୍ୟ । ଏହି ଖବର ଫ୍ରେଡର ମାଲିକ ସୋସିଆଲ ମିଡିଆ ଜରିଆରେ ଜଣାଇଥିଲେ । ଯାହାପରେ ଫ୍ରେଡର ସମସ୍ତେ ଖୁବ ପ୍ରଶଂସା କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More