Only for Entertainment

ରୁପି ଦୂର କରିବା ପାଇଁ ବ୍ୟବହାର କରନ୍ତୁ ଦହି ।

30

କେଶରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଦେଇଥାଏ । ତାହା କେଶ ଝଡ଼ିବା ହେଉ ବା ରୁପି ସମସ୍ୟା । ତେଣୁ ଏଥିରୁ ରକ୍ଷା ପାଇବା ପାଇଁ ଆପଣ ବିଭିନ୍ନ ପ୍ରକାରର ଉପାୟ କରନ୍ତି । ପ୍ରତିଥର ଭଳି ଆଜି ମଧ୍ୟ ଆପଣଙ୍କୁ କିଛି ଘରୋଇ ଟିପ୍ସ ଦେବୁ । ଆସନ୍ତୁ ଆଲୋଚନା କରିବା ।

ଦହିରେ କିଛି ମାତ୍ରାରେ ଲେମ୍ବୁ ପକାଇ ଭଲ ଭାବେ ଫେଣ୍ଟି ତାହାକୁ ମୁଣ୍ଡରେ କିଛି ସମୟ ମାଲିସ କରନ୍ତୁ। ଏହା ପ୍ରାକୃତିକ ମୈଶ୍ଚରାଇଜର ଭାବେ କାମ କରେ । ଏହା ମୁଣ୍ଡର ଶୁଷ୍କତା ସହ ରୂପି ସମସ୍ୟା ମଧ୍ୟ ଦୂର କରିଥାଏ। ଏହାକୁ ଲଗାଇ କିଛି ସମୟ ଛାଡି ଦିଅନ୍ତୁ। ଏହା ଶୁଖିଗଲା ପରେ ମୁଣ୍ଡକୁ ଧୋଇ ଦିଅନ୍ତୁ।

ମୁଣ୍ଡରେ ଗରମ ତେଲ ମାଲିସ କରନ୍ତୁ। ଏହା କେଶକୁ ପୋଷଣ ଦେବା ସହ ଥଣ୍ଡାରୁ ରକ୍ଷା କରେ।

ଖରା ଦିନେ ଅସହ୍ୟ ତାତିରୁ ମୁକ୍ତି ସହ ମୁଣ୍ଡକୁ ଥଣ୍ଡା ରଖିବାକୁ ଚାହୁଁଛନ୍ତି ? ତାହେଲେ ତେଲରେ କିଛି ପରିମାଣର କର୍ପୁର ମିଶାଇ ଏହାକୁ ଚୁଟି ମୂଳରେ ମାଲିସ କରନ୍ତୁ। ଏହା ରୂପି ସମସ୍ୟା ଦୂର କରିବା ସହ ମୁଣ୍ଡକୁ ଥଣ୍ଡା ରଖିଥାଏ।

କେଶର ପ୍ରାକୃତିକ ସୌନ୍ଦର୍ଯ୍ୟ ଫେରାଇ ଆଣିବା ସହ ଏହାକୁ ମୂଳରୁ ମଜଭୂତ କରିବାକୁ ଷ୍ଟିମ ଥେରାପି ବହୁଳ ମାତ୍ରାରେ ବ୍ୟବହାର ହେଉଛି। ବହୁ ଯୁବତୀ ଘରେ ଏହି ଥେରାପି ଉପଯୋଗ କରୁଥିବା ବେଳେ ବିୟୁଟି ପାର୍ଲରରେ ବି ଏହାର ଡିମାଣ୍ଡ ବହୁ ଅଧିକ। ଏହାଦ୍ୱାରା ମୁଣ୍ଡର ଛୋଟଛୋଟ ଛିଦ୍ର ବନ୍ଦ ହେବା ସହ ରକ୍ତ ସଞ୍ଚାଳନ ଠିକ୍‌ ହୋଇଥାଏ।

ନଡ଼ିଆ ତେଲ ଆଉ ନିମ୍ୱ ତେଲକୁ ମିଶାଇ ମୁଣ୍ଡରେ ଲଗାନ୍ତୁ। ଏହାଦ୍ୱାରା କେଶ ଝଡ଼ିବା ପରି ସମସ୍ୟାରୁ ମୁକ୍ତି ମିଳିଥାଏ।

ଦହି ସହ ନିମ୍ୱ ପତ୍ରର ପେଷ୍ଟ ମିଶାଇ ଲଗାନ୍ତୁ । ଏହାକୁ ଲଗାଇବା ଦ୍ୱାରା ଅସମୟରେ କେଶ ପାଚିଯିବା ସମସ୍ୟାରୁ ବି ମୁକ୍ତି ମିଳିଥାଏ। ଏହାଦ୍ୱାରା କେଶ ଲମ୍ବା ଓ ସୁନ୍ଦର ମଧ୍ୟ ହୋଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More