Only for Entertainment

ଏହି ଗ୍ରାମରେ ରହିବା ପାଇଁ ବିଦେଶୀଙ୍କୁ ଦିଆଯାଉଛି ୭ ଲକ୍ଷ ଟଙ୍କା

CNN
46

ଇଟାଲିର ଅଧିକାଂଶ ଗ୍ରାମରେ ଜନସଂଖ୍ୟା ହ୍ରାସ ପାଉଥିବା ନେଇ ସ୍ଥାନୀୟ ପ୍ରଶାସନ ବିଦେଶୀମାନଙ୍କୁ ଏଠାରେ ଅବସ୍ଥାପିତ କରିବାର ଯୋଜନା କରୁଛି । ଏଥିପାଇଁ ଦିଆଯାଉଛି ନୂଆନୂଆ ଅଫର । ଏହି କ୍ରମରେ ଏକ ଗାଁ ପକ୍ଷରୁ ପ୍ରତି ବିଦେଶୀଙ୍କୁ ଗ୍ରାମରେ ରହିଲେ ୭ଲକ୍ଷ ଟଙ୍କା ଦିଆଯିବାର ଘୋଷଣା କରାଯାଇଛି । ଅନ୍ୟ ଏକ ଗାଁ ମଧ୍ୟ ଏହି ଧାରାରେ ଯାଇ ଏଠାକୁ ଆସୁଥିବା ପ୍ରତି ଦମ୍ପତ୍ତିଙ୍କ ଶିଶୁଙ୍କୁ ୭୧ ହଜାର ଟଙ୍କା ଦେବାର ଘୋଷଣା କରିଛି ।

ବର୍ତ୍ତମାନ ଅଧିକାଂଶ ଗ୍ରାମ ଖାଲି ହେଉଥିବାରୁ ପିଡମଣ୍ଟ ସ୍ଥିତ ଏକ ଛୋଟ ଗ୍ରାମ ଲୋକାନା ପକ୍ଷରୁ ଘୋଷଣା କରାଯାଇଛି ଯେ, ଏହି ଗ୍ରାମରେ ରହୁଥିବା ବ୍ୟକ୍ତିଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ୭ଲକ୍ଷ ଟଙ୍କା ଦିଆଯିବ । ଯଦି ଏହି ଦମ୍ପତିଙ୍କର କୌଣସି ଶିଶୁ ଥିବେ ସେମାନଙ୍କ ପାଇଁ ବାର୍ଷିକ ୫ଲକ୍ଷ ଟଙ୍କା ଦିଆଯିବ ।

ଲୋକାନାର ମେୟର ଜିଓବାନି କହିଛନ୍ତି ଯେ, ଆମର ଜନସଂଖ୍ୟା ଦ୍ରୁତ ବେଗରେ ହ୍ରାସ ପାଉଛି । ଗତ ୩୦ବର୍ଷ ଧରି ଇଟାଲିର ବିଭିନ୍ନ ଗ୍ରାମରେ ଏହି ସ୍ଥିତି ରହିଛି । ପ୍ରତି ୪ଟି ଗ୍ରାମରୁ ଗୋଟିଏ ଗ୍ରାମ ଭୂତ ଗ୍ରାମ ପାଲଟୁଛି । ତେଣୁ ବିଦେଶୀମାନଙ୍କୁ, ବାହାର ଅଂଚଳ ଲୋକଙ୍କୁ ଗ୍ରାମରେ ରଖିବା ପାଇଁ ଆମେ ଯୋଜନା କରୁଛୁ । ଗ୍ରାମକୁ ବଂଚାଇ ରଖିବା ପାଇଁ ଆମର ଏହି ଉଦ୍ୟମ ନିଶ୍ଚିତ ସଫଳ ହେବ ବୋଲି ଆମର ଆଶା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More