ଚମକଦାର ତ୍ୱଚା ପାଇଁ ବ୍ୟବହାର କରନ୍ତୁ ଟୁଥପେଷ୍ଟ
ଟୁଥ୍ପେଷ୍ଟ ଆପଣଙ୍କ ପିଗମେଣ୍ଟେସନ ସମସ୍ୟା ଦୂର ହୋଇଥାଏ ଓ ଚେହେରାର ଗ୍ଲୋ ଆସିଥାଏ। ଆପଣ ଏହାକୁ ଫେସ୍ପ୍ୟାକ୍ ଭାବେ ମଧ୍ୟ ବ୍ୟବହାର କରିପାରିବେ।
ପ୍ରଥମେ ଆପଣ ଚେହେରାକୁ ଧୋଇ ଦିଅନ୍ତୁ। ପାଣି ଶୁଖିଗଲା ପରେ ଏକ ଚାମଚ ଟୁଥପେଷ୍ଟରେ କିଛି ଲେମ୍ବୁ ରସ ମିଶାଇ ତାହାର ଏକ ଫେସ ପ୍ୟାକ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁ ଓ ବେକରେ ସମାନ ଭାବେ ଲଗାଇ ଦିଅନ୍ତୁ। ୧୫ ମିନିଟ ପରେ ଏହାକୁ ହାଲକା ମସାଜ କରି ପାଣିରେ ଧୋଇ ଦିଅନ୍ତୁ। ଯଦି ଏହି ସମୟରେ ହଲକା ପୋଡ଼ିବା ପରି ଲାଗେ ତା ହେଲେ କିଛି ଚିନ୍ତା କରିବାର ଆବଶ୍ୟକତା ନାହିଁ।
ବ୍ଲାକହେଡସ୍ ସମସ୍ୟା ପ୍ରାୟ ସବୁ ଯୁବତୀ ଓ ମହିଳାଙ୍କ ଟେନସନ ବଢାଇ ଦେଇଥାଏ। ଟୁଥ୍ପେଷ୍ଟକୁ ସ୍କ୍ରବ୍ ସହ ମିଶାଇ ନାକ ଉପରେ ଏହାର ଏକ ମୋଟା ପରସ୍ତ ଲଗାନ୍ତୁ। ଶୁଖି ଯିବା ପରେ ହାଲକା ଭାବେ ଏହାକୁ ଘଷନ୍ତୁ। ଏହାକୁ ଆପଣ ସନବର୍ଣ୍ଣ ପରି ସମସ୍ୟାକୁ କମାଇବା ଲାଗି ମଧ୍ୟ ବ୍ୟବହାର କରିପାରିବେ।
ମହିଳା ଓ ପୁରୁଷଙ୍କ କ୍ଷେତ୍ରରେ ମୁହଁରେ ବ୍ରଣ ହେବା ଏକ ସାଧାରଣ ସମସ୍ୟା। ବୟସ ବଢିବା ସହ ଏହି ସମସ୍ୟା ଦିନକୁ ଦିନ ଜଟିଳ ହୋଇଯାଇଥାଏ। ବ୍ରଣ ହେବା ମାତ୍ରେ ଆପଣ ସେହି ଜାଗାରେ କିଛି ଟୁଥ୍ପେଷ୍ଟ ଲଗାଇ ଦିଅନ୍ତୁ। ଏହାଦ୍ୱାରା ବ୍ରଣ ଶୁଖିଯିବ।
ବୟସ ବଢିବା ସହ ମହିଳାଙ୍କ ମୁହଁରେ ଭାଙ୍ଗ ପଡ଼ିବା ସହ କଳା ଦାଗ ସ୍ପଷ୍ଟ ବାରି ହୋଇପଡ଼େ। ଏପରି କ୍ଷେତ୍ରରେ ଆପଣ ଚେହେରାରେ ରାତିରେ ଟୁଥ୍ପେଷ୍ଟ ଲଗାଇ ଛାଡ଼ି ଦିଅନ୍ତୁ। ସକାଳେ ଏହାକୁ ଧୋଇ ଦିଅନ୍ତୁ। ଏହାବ୍ୟତୀତ ମୁହଁରୁ କଳା ଦାର ଦୂର କରିବାକୁ ଟୁଥ୍ପେଷ୍ଟ ସହ ଟମାଟୋ ରସ ମିଶାଇ ଚେହେରାରେ ଲଗାଇ ଦିଅନ୍ତୁ। ଏହାଦ୍ୱାରା ଭାଙ୍ଗ ପଡ଼ିବା ସହ ଦାଗ ମଧ୍ୟ ଦୂର ହୋଇଥାଏ।