Only for Entertainment

ବ୍ୟାଟ୍ସମ୍ୟାନ-ପ୍ରଧାନମନ୍ତ୍ରୀ ମୋଦି, ବୋଲର-ଇମରାନ ଖାନ ଏବଂ ୱିକେଟ କିପର-ଟ୍ରମ୍ପ: ଏବେ ଟ୍ୱିଟରରେ ଭାଇରାଲ ହେଉଛି ମଜାଦାର ଭିଡିଓ !

108

ଟ୍ୱିଟରରେ କ୍ରିକେଟର ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହା ଭିଡିଓ ଅଟେ କ୍ରିକେଟର ସିନା ମାତ୍ର ୟୁଜର୍ସ ଏହାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆମେରିକା ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟ୍ରମ୍ପ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ସହ ତୂଳନା କରିଛନ୍ତି । ଏହି ଭିଡିଓକୁ ଲୋକମାନେ ଖୁବ ଶେୟାର କରିବା ସହ କମେଂଟ ମଧ୍ୟ ଦେଇଛନ୍ତି । ଏହି ଭିଡିଓରେ ଟ୍ୱିଟର ୟୁଜର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବ୍ୟାଟମାନ , ଇମରାନଙ୍କୁ ବୋଲର ଏବଂ ଟ୍ରମ୍ପଙ୍କୁ ୱିକେଟ କିପର ବୋଲି ଦର୍ଶାଇଛନ୍ତି । ଏବେ ଦେଖନ୍ତୁ ଭିଡିଓ-

ଭିଡିଓ ଦେଖି ଆପଣ ନିଶ୍ଚୟ ବୁଝି ଯାଇଥିବେ । ଏଭଳି କରିବା କାରଣ ହେଉଛି କଶ୍ମୀରରେ ଆର୍ଟିକଲ୩୭୦ହଟିବା ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଥା ହୋଇଥିଲେ । ଯାହାପରେ ଟ୍ରମ୍ପ କାଶ୍ମୀର ଉପରେ ମଧ୍ୟସ୍ଥତା କରିଥିଲେ । ଯାହାକୁ ଭାରତ ଖାରଜ କରିଥିଲେ ।

ସେହିଭଳି ସୋମବାର ଫ୍ରାନ୍ସରେ ଜି-୭ରେ ପିଏମ ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟ କରିଥିଲେ । ଦୁଇ ଦେଶ ମଧ୍ୟରେ ଅନେକ ଦ୍ୱିପାକ୍ଷୀୟ ମୁଦ୍ଦା ଉପରେ କଥାବାର୍ତ୍ତା ହୋଇଥିଲା । ଏଥିରେ ରାଷ୍ଟ୍ରପତି ଡୋନଡ୍ଡ ଟ୍ରମ୍ପ ପାକିସ୍ତାନକୁ କାଶ୍ମୀର ବିଷୟ ଉପରେ ବଡ ଝଟକା ଦେଇଥିଲେ । ପାକିସ୍ତାନର ଆଶା ଥିଲା ଯେ ଡୋନାଲ୍ଡ ଟ୍ରମ୍ପ କଶ୍ମୀର ବିଷୟ ଉପରେ ଆଉଥରେ ମଧ୍ୟସ୍ଥତା ପାଇଁ କଥା ହେବେ , କିନ୍ତୁ ଏଭଳି ହୋଇନଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More