Only for Entertainment

ଏହି  କାରଣରୁ କାର୍ଯ୍ୟ କରିବା ସମୟରେ ଅଫିସ୍‌ରେ ନିଦ ମାଡ଼ିଥାଏ !

18
ସାଧାରଣତଃ ଆପଣଙ୍କ ସହିତ ଏମିତି  ବି ଅନେକ ଥର ଘଟିଥାଇପାରେ!ଯେତେବେଳେ କି ଆପଣ ବାହାରୁ କିମ୍ବା ଛୁଟିରୁ ଫେରି କାମ କରିବାକୁ ଅଫିସ୍‌ ଆସନ୍ତି  ସେତେବେଳେ ଆପଣଙ୍କୁ ହାଇ ଆସିବା ସହିତ ଆଖିକୁ ବହୁତ ନିଦ ମଧ୍ୟ ଆସିଥାଏ।ହେଲେ କ’ଣ ଆପଣ ଏହା ପଛରେ ରହିଥିବା କାରଣ ଓ ଏଥିରୁ ମୁକୁଳିବାର ଉପାୟ ବିଷୟରେ ଜାଣିଛନ୍ତି?ତେବେ ଏନେଇ ଚିନ୍ତା କରିବାର କୌଣସି ବି ଆବଶ୍ୟକତା ନାହିଁ।କାରଣ ଆଜି ଆମେ ଆପଣଙ୍କୁ ଏହା ପଛରେ ରହିଥିବା ପ୍ରକୃତ କାରଣ ଓ ମୁକୁଳିବାର ଉପାୟ ବିଷୟରେ ଜଣାଇବୁ!ଯାହାକି ନିମ୍ନରେ ଦିଆଯାଇଛି।
୧- କମ୍‌ ପାଣି ପିଇବା:-ପ୍ରତ୍ୟେକ ବ୍ୟକ୍ତିଙ୍କୁ ଡ଼ାକ୍ତରମାନେ ଦୈନିକ ଅତି କମ୍‌ରେ ୪ ଲିଟର ପାଣି ପିଇବାକୁ ପରାମର୍ଶ ଦେଇଥାନ୍ତି। କାରଣ ଏହା କରିବା ଦ୍ୱାରା ବ୍ୟକ୍ତିିର ସ୍ୱାସ୍ଥ୍ୟ ଠିକ୍‌ ରହିବା ସଂଗେସଂଗେ ଶରୀର ମଧ୍ୟରେ ପାଣିର କମି ହୋଇନଥାଏ। ତେବେ ଶରୀରରେ ପାଣିର କମି ହେବା ମାତ୍ରକେ ବ୍ୟକ୍ତିକୁ ଚିଡ଼ିଚିଡ଼ା ଓ କ୍ଳାନ୍ତ ଅନୁଭବ ହୁଏ। ଯାହାଫଳରେ ଉକ୍ତ ବ୍ୟକ୍ତି ଜଣକୁ  ଅଫିସ୍‌ ମଧ୍ୟରେ ନିଦ ଆସିଥାଏ।
୨-ଅସଂପୂର୍ଣ୍ଣ ନିଦ୍ରା:-ଏଥିସହିତ ରାତ୍ରି ସମୟରେ ସଠିକ୍‌ ମାତ୍ରାରେ ନ ଶୋଇବା କାରଣକୁ ନେଇ ବି ବ୍ୟକ୍ତି ତାହାର  ସାରା ଦିନରେ କ୍ଳାନ୍ତ ଅନୁଭବ କରିଥାଏ।ତେବେ ଏହାକୁ ନେଇ ଆପଣ ହୁଏତ ଏହା ଉପରେ ତୀକ୍ଷ୍‌ଣ ନଜର  ରଖିଥିବେ କି  ଯେବେ ଆପଣଙ୍କର ଛୁଟିଦିନ ଥାଏ;ସେବେ ଆପଣଙ୍କୁ ଶୋଇଲା ପରେ ବି କ୍ଳାନ୍ତି ଲାଗୁଛି।ଯେଉଁ କାରଣକୁ ନେଇ ଅଫିସ୍‌ରେ କାମ କରୁଥିବା ସମୟରେ ବି ବ୍ୟକ୍ତିକୁ ନିଦ ଆସିଥାଏ।ତେଣୁ ଆପଣ ଆଜିଠୁ ହିଁ  ସମୟାନୁସାରେ ଶୋଇବାକୁ ଆପଣଙ୍କର ରୁଟିନ୍‌ରେ ସାମିଲ୍‌ କରନ୍ତୁ।
୩-ଏନିମିୟା ସମସ୍ୟା:-ଅଫିସ୍‌ ମଧ୍ୟରେ ନିଦ୍ରା ଲାଗିବାର ଅନ୍ୟ ଏକ କାରଣ ଏନିମିଆ ବି ହୋଇଥାଏ। ଶରୀରରେ ଲାଲ୍‌ ରକ୍ତ କଣିକାର କମି ହେବା ଯୋଗୁଁ  ସାଧାରଣତଃ ଏଭଳି ପରିସ୍ଥିତି ଉପୁଜିଥାଏ। କାରଣ ଏହି ରେଡ୍‌ ସେଲ୍‌ସ ଆମ ଲଙ୍ଗ୍‌ସ ମାଧ୍ୟମରେ ଶରୀରକୁ ଅମ୍ଳଜାନ ଯୋଗାଇଥାଏ। ଆଇରନ୍‌ ବା ଭିଟାମିନ୍‌ ର କମି କାରଣକୁ ନେଇ ବ୍ୟକ୍ତି ଶରୀରରେ ଏନିମିଆ ହୋଇଥାଏ।ଯେଉଁ କାରଣକୁ ନେଇ ବ୍ୟକ୍ତି ଶରୀରରେ କ୍ଳାନ୍ତ ଲାଗିବା ସହିତ ସବୁ ସମୟରେ ତାକୁ ନିଦ ମାଡିଥାଏ।
୪-ଅବସାଦ ଜନିତ ସମସ୍ୟା:-ଏଥିସହିତ ଆପଣ ଯଦି ଅବସାଦ ଜନିତ ସମସ୍ୟାରେ  ଗତି କରୁଥାଆନ୍ତି ତ ତେବେ ଆପଣ ଏହାକୁ ନେଇ ଆଦୌ  ଅଣଦେଖା କରନ୍ତୁ ନାହିଁ। କାରଣ ଅବସାଦ ଯୋଗୁଁ ଆପଣ କ୍ଳାନ୍ତି ଅନୁଭବ କରିବେ ଏବଂ ବହୁତଶୀଘ୍ର  ଏହା ଆପଣଙ୍କର ଉଦାସୀନତାର କାରଣ ମଧ୍ୟ ବନିଯିବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More