Only for Entertainment

୪୦ମିନିଟରୁ ଅଧିକ ସମୟ ପର୍ଯ୍ୟନ୍ତ କରନ୍ତୁ ନାହିଁ ୱାର୍କ ଆଉଟ, ଶରୀର ଦେଖାଯିବ ସମସ୍ୟା !

skinny
15

ଆଜିକାଲି ମହିଳାମାନେ ଅଧିକ ଡ଼ାଏଟିଂ କରୁଛନ୍ତି ।ନିକଟରେ କରାଯାଇଥିବା ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ,ମାତ୍ରାଧିକ ବ୍ୟାୟାମ ବା ଡ଼ାଏଟିଂ କରିବା ଫଳରେ ମହିଳାମାନଙ୍କର କେତେକ କ୍ଷତି ହୋଇଥାଏ। ୪୦ ମିନିଟ୍‌ରୁ ଅଧିକ ସମୟ ବ୍ୟାୟାମ କରିବା ଅନୁଚିତ। ସେମାନେ ନିୟମିତ ରୂପେ ଆବଶ୍ୟକ ମାତ୍ରାରେ ଫ୍ୟାଟ୍‌ ଖାଇବା ଦରକାର।
ପ୍ରଥମତଃ ଯେଉଁମାନେ କ୍ଷମତା ବାହାରକୁ ଯାଇ ବ୍ୟାୟାମ କରନ୍ତି,ସେହି ମହିଳାମାନଙ୍କର ପ୍ରଜନନ କ୍ଷମତା ଅର୍ଥାତ୍‌ ଗର୍ଭଧାଣ କରିବାର କ୍ଷମତା ଉପରେ ଏହା କୁପ୍ରଭାବ ପକାଇଥାଏ। ଏମାନଙ୍କର ଋତୁସ୍ରାବ ଜନିତ ସମସ୍ୟା ମଧ୍ୟ ଉପୁଜିଥାଏ। ଖାଲି ସେତିକି ନୁହେଁ ,ଏହାଫଳରେ ସେମାନଙ୍କର କାମେଲା ମଧ୍ୟ ହ୍ରାସ ପାଇଥାଏ।

ଯେଉଁ ମହିଳାମାନେ ଡ଼ାଏଟିଂ କରି ନିଜର ଓଜନ କମ୍‌ କରିବାକୁ ଚାହାଁନ୍ତି ବା ନିଜକୁ ଫିଟ୍‌ ରଖିବାର ପ୍ରୟାସ କରନ୍ତି,ସେମାନଙ୍କ ଠାରେ କେତେକ ଶାରୀରିକ ସମସ୍ୟା ପରିଲକ୍ଷିତ ହୋଇଥାଏ। ପ୍ରଥମତଃ ସେମାନଙ୍କର ହରମୋନ୍‌ ସନ୍ତୁଳନ ଖରାପ ଆଡ଼କୁ ଗତି କରିଥାଏ। ଏହାଫଳରେ ଋତୁସ୍ରାବରେ ଅନିୟମିତତା ମଧ୍ୟ ହୋଇଥାଏ। କେତେକଙ୍କ କ୍ଷେତ୍ରରେ ଏହା ସଂପୂର୍ଣ୍ଣ ରୂପେ ବନ୍ଦ ହେବାର ଆଶଙ୍କା ମଧ୍ୟ ଉପୁଜିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More