Only for Entertainment

World Breastfeeding Week 2019 : ମା’ ଓ ଶିଶୁର ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ ସ୍ତନ୍ୟପାନ

Similac
74

ନବଜାତ ଶିଶୁ ପାଇଁ ମା’ କ୍ଷୀର ହେଉଛି ଅମୃତ । ମା’ କ୍ଷୀର ନବଜାତ ଶିଶୁର ସ୍ୱାସ୍ଥ୍ୟ ପାଇଁ ବେଶ୍‍ ଲାଭପ୍ରଦ ହେବା ସହ ଏଥିରେ ଫ୍ୟାଟ୍‍, ସୁଗାର, ଜଳ, ଏବଂ ପ୍ରୋଟିନର ମାତ୍ରା ସଠିକ୍‍ ପରିମାଣରେ ରହିଥିବା ବୈଜ୍ଞାନିକମାନେ ଗବେଷଣାରୁ ଜାଣିବାକୁ ପାଇଛନ୍ତି । ଏଣୁ ପ୍ରତ୍ୟେକ ବର୍ଷ ଅଗଷ୍ଟ ୧ରୁ ୭ ପର୍ଯ୍ୟନ୍ତ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଭାବେ ପାଳନ କରାଯାଇଥାଏ ।

ସ୍ତନ୍ୟପାନ କରାଇବା ଉଭୟ ମା’ ଓ ଶିଶୁର ସ୍ୱାସ୍ଥ୍ୟ ପାଇଁ ହିତକାରକ ସାବ୍ୟସ୍ତ ହୋଇଥାଏ । ସ୍ତନ୍ୟପାନ କରାଉଥିବା ମହିଳା ହୃଦ୍‍ଘାତ, ମଧୁମେହ, ଅଷ୍ଟ୍ରିଓପୋରୋସିସ(ଯେଉଁ ରୋଗରେ ଶରୀରର ଅସ୍ଥି ଦୁର୍ବଳ ହୋଇଯାଏ)ଭଳି ରୋଗରୁ ମୁକ୍ତି ପାଇଥାନ୍ତି । କେବଳ ଏତିକି ନୁହେଁ ସ୍ତନ୍ୟପାନ କରାଇବା ଦ୍ୱାରା ସ୍ତନ କର୍କଟ ରୋଗର ଆଶଙ୍କା ମଧ୍ୟ କମ୍‍ ରହିଥାଏ । ଡିପ୍ରେସନ୍‍ ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ । ମହିଳାଙ୍କ ଗର୍ଭଧାରଣ ସମୟରେ ଓଜନ ବୃଦ୍ଧି ସମସ୍ୟା ମଧ୍ୟ ଦୂର ହୋଇଥାଏ । ମା’ କ୍ଷୀର ପାନ କରିବା ଦ୍ୱାରା ନବଜାତ ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଶିଶୁ ଜନ୍ମ ହେବା ପରେ ମା’ ବକ୍ଷରେ ସୃଷ୍ଟି ହେଉଥିବା ପ୍ରଥମ କ୍ଷୀର(କୋଲୋଷ୍ଟ୍ରମ୍‍) ଡାଇରିଆ, ଚେଷ୍ଟ ଇନ୍‍ଫେକ୍ସନ୍‍ ଏବଂ ଅନ୍ୟ ପ୍ରକାରର ରୋଗରୁ ମୁକ୍ତି ଦେଇଥାଏ ।

ସ୍ତନ୍ୟପାନ ସମୟରେ ମହିଳାଙ୍କ ଶରୀରରୁ ଏକ ଅକ୍ସିଟୋସିନ ନାମକ ହର୍ମୋନ ନିର୍ଗତ ହୋଇଥାଏ, ଯଦ୍ଦ୍ୱାରା ସେମାନ ଚିନ୍ତାମୁକ୍ତ ରହିଥାନ୍ତି ଓ ସୁସ୍ଥ ଅନୁଭବ କରିଥାନ୍ତି । ଯେତେ ଅଧିକ ସ୍ତନ୍ୟପାନ କରିବେ ସେତେ ପରିମାଣର କ୍ୟାଲୋରିଜ୍‍ ଶରୀରରୁ ଉତ୍ପନ୍ନ ହୋଇଥାଏ । ଏଥି ଯୋଗୁଁ ସାରା ଜୀବନ ପାଇଁ ମା’ଶିଶୁ ମଧ୍ୟରେ ଦୃଢ଼ ସମ୍ପର୍କ ରହିଥାଏ । ଶିଶୁ ନିଜ ବାପା ଅପେକ୍ଷା ମା’ର ନିକଟତର ହୋଇଥାଏ ବୋଲି ଗବେଷଣାରେ ବୈଜ୍ଞାନିକଙ୍କ ମତ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More