Only for Entertainment

ଭୋଟ ଦେଲେ ଦୁନିଆର ସବୁଠାରୁ ଛୋଟ ମହିଳା, ଲୋକଙ୍କୁ ଦେଲେ ଏହି ମେସେଜ

NDTV Khabar
28

ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭେଟଦାନ ଆରମ୍ଭ ହୋଇସାରିଛି । ଲୋକେ ଭୋଟ ଦେବା ପାଇଁ ବିଭିନ୍ନ ବୁଥରେ ଧାଡି ଲଗାଉଥିବାର ଦେଖିବାକୁ ମିଳିଛି । ପ୍ରଥମ ପର୍ଯ୍ୟାୟରେ ଭୋଟଦାନରେ ଦୁନିଆର ସବୁଠାରୁ ଛୋଟ ମହିଳା ଜ୍ୟୋତି ଅମଗେ ମଧ୍ୟ ଭୋଟ ଦେବା ପାଇଁ ପହଁଚିଥିଲେ । ସେ ନିଜ ଫେସବୁକ ଆକାଉଣ୍ଟରେ ଆଙ୍ଗୁଳିରେ ସ୍ୟାହି ଲଗାଇ ଫଟୋ ସେୟାର କରିଥିଲେ ।

ନାଗପୁରର ପୋଲିଂ ବୁଥ ବାହାରେ ସେ ରିପୋର୍ଟ ସଙ୍କ ସହିତ କଥା ହୋଇ କହିଥିଲେ, ମୁଁ ସମସ୍ତ ଲୋକଙ୍କୁ ଆଗ୍ରହ କରୁଛି ସେମାନେ ଆସି ଭୋଟ ଦିଅ ନ୍ତୁ । ପ୍ରଥମେ ଭୋଟ ଦିଅନ୍ତୁ ପରେ ନିଜ କାମ କରନ୍ତୁ । କହିରକୁଛୁ ଯେ ଜ୍ୟୋତି ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ମନ୍ଦ ନିଜ ନାମକୁ ସାମିଲ କରିଛନ୍ତି । ତାଙ୍କର ଉଚ୍ଚତା ମାତ୍ର ୬୧.୯୫ ସେଣ୍ଟି ମିଟର ।

TOPSHOT-INDIA-VOTE

ଜ୍ୟୋତି ଅମଗେ ସଲମାନ ଖାନଙ୍କର ଜଣେ ବଡ ଫ୍ୟାନ । ସେ ବିଗ ବସ ସିଜିନ ୬ରେ ଗେଷ୍ଟ ପ୍ରତିଯୋଗୀ ଭାବେ ନଜର ଆସିଥିଲେ । କେବଳ ଏତିକି ନୁହେଁ ସେ ଅନେକ ହଲିଉଡ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି । ୨୦୦୯ରେ ତାଙ୍କ ଉପରେ ବଡି ଶକ ଟୁ ଫିଟ ଟଲ ଟିନ ନାମକ ଏକ ଡକ୍ୟୁମେଣ୍ଟାରି ମଧ୍ୟ ନିର୍ମାଣ କରାଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More