Only for Entertainment

ପୁସ୍ଅପ୍ ମାରି ୫ ବର୍ଷର ଶିଶୁ ସ୍ଥାପନ କଲା ବିଶ୍ୱ ରେକର୍ଡ , ଉପହାରରେ ମିଳିଲା ମର୍ସିଡିଜ୍ କାର !

28

ଆଜି ଆମେ ଆପଣଙ୍କୁ ଏମିତି ଜଣେ ଶିଶୁ ବିଷୟରେ କହିବୁ, ଯେଉଁ ଶିଶୁର ବୟସ ମାତ୍ର ୫ ବର୍ଷ । କିନ୍ତୁ ସେ କରିଥିବା କାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଯଦି ଆପଣ କାହାକୁ ବୟସ ଏବଂ ଶରୀର ଦେଖି ତାର କ୍ଷମତା ବାବଦରେ ବିଚାର କରୁଛନ୍ତି, ତେବେ ଏହି ଘଟଣା ଜାଣିବା ପରେ ଆପଣ ନିଜ ଚିନ୍ତାଧାରା ବଦଳାଇଦେବେ । ତେବେ ପ୍ରକୃତ ଘଟଣା ହେଉଛି, ରୁଷରେ ରହୁଥିବା ଜଣେ ୫ ବର୍ଷୀୟ ବାଳକ ପୁସ୍-ଅପରେ ବିଶ୍ୱ ରେକର୍ଡ ସ୍ଥାପନ କରିଛି । ସେ ୪ ହଜାରରୁ ଅଧିକ ପୁସ-ଅପ୍ ମାରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ଆସନ୍ତୁ ଜାଣିବା ବିସ୍ମୟ ଶିଶୁ ବିଷୟରେ ।

୫ ବର୍ଷୀୟ ଶିଶୁର ନାମ ହେଉଛି, ରାଖିମ୍ କୁରାୟବ । ରାଖିମକୁ ଛୋଟ ବେଳୁ ହିଁ ବ୍ୟାୟାମ୍ କରିବାର ଅଭ୍ୟାସ ଥିଲା ଏବଂ ବଡି ବିଲଡିଂର ମଧ୍ୟ ଅଭ୍ୟାସ ରଖିଥିଲା ଏହି କୁନି ପୁଅ । ଆଉ ଏହି ଅଭ୍ୟାସ ଦ୍ୱାରା ରାଖିମ୍, ୨ ଘଣ୍ଟା ୨୫ ମିନିଟରେ ୪ ହଜାର୧୦୫ଟି ପୁସ୍-ଅପ ମାରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ତେବେ ଏହି ସଫଳତା ପରେ ରାଖିମକୁ ସବୁଆଡୁ ଛୁଟିଛି ଅଭିନନ୍ଦନର ସୁଅ । ଏପରିକି ଏହି ଘଟଣା ବାବଦରେ ଜାଣିବା ପରେ ରୁଷ ସେନାର ଲେଫ୍ଟନାଣ୍ଟ ରମଜାନ କଦ୍ଦରୋବ ତାକୁଏକ ମର୍ସିଡିଜ୍ କାର ଗିଫ୍ଟ କରିଛନ୍ତି । ଏହି କାରଟିର ଦାମ୍ ଭାରତୀୟ ମୁଦ୍ରାରେ ପାଖାପାଖି ୨୬ ଲକ୍ଷ ଟଙ୍କା ହେବ । ଏହା ସହ ରାଖିମ୍, ସବୁଠାରୁ ଅଳ୍ପ ବୟସରେ ଅଧିକ ପୁସ୍-ଅପ ମାରୁଥିବା ପିଲା ହୋଇଯାଇଛନ୍ତି । ଏହି ସଫଳତା ଦ୍ୱାରା ବିଶ୍ୱ ରେକର୍ଡ ସ୍ଥାପନ କରିଛି ରାଖିମ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More