Only for Entertainment

ସକାଳ ସମୟରେ କଅଁଳ ଖରାରେ ବସିବା ଦ୍ୱାରା ଶରୀରକୁ ପ୍ରଚୁର ପରିମାଣରେ ଭିଟାମିନ୍‌ ଡ଼ି ମିଳିଥାଏ !

24

ଶୀତ ଦିନେ ସକାଳ ସମୟରେ କଅଁଳ ଖରାରେ ବସିବାର ମଜା ଅଲଗା ରହିଥାଏ । କିଛି ଲୋକ ସକାଳ ସମୟରେ ହେଉଥିବା ଶୀତର ପ୍ରକୋପରୁ ବଞ୍ଚିବା ପାଇଁ କଅଁଳ ଖରାରେ ଯାଇ ବସିଥାନ୍ତି । କିନ୍ତୁ ସକାଳର କଅଁଳ ଖରା ଶୀତରୁ ରକ୍ଷା କରିବା ସହ ଶରୀରର ଅନେକ ସମସ୍ୟା ମଧ୍ୟ ଦୂର କରିଥାଏ । ଆଜି ଆମେ ସେହି ସବୁ ଫାଇଦା ବିଷୟରେ ଆପଣଙ୍କୁ ଜଣାଇବାକୁ ଯାଉଛୁ ।

ଶୀତ ଦିନେ ଅଧିକ ଥଣ୍ଡା ହେତୁ ହାତ-ଗୋଡ଼ ବଧିର ହୋଇ ଯାଇଥାଏ । ଫଳରେ କୌଣସି କାମ କରିବାକୁ ଇଚ୍ଛା ହୋଇ ନଥାଏ । ଏଭଳି ପରିସ୍ଥିତିରେ ସକାଳର କଅଁଳ ଖରା ଆଗରେ ୨ ମିନିଟ୍‌ ବସିବା ପରେ ଶରୀରରେ ଫୁର୍ତ୍ତି ଅନୁଭବ ହୋଇଥାଏ ।

ସକାଳ ସମୟରେ କଅଁଳ ଖରାରେ ବସିବା ଦ୍ୱାରା ଶରୀରକୁ ପ୍ରଚୁର ପରିମାଣରେ ଭିଟାମିନ୍‌ ଡ଼ି ମିଳିଥାଏ । ପ୍ରତିଦିନ ସକାଳ ଏବଂ ସଂନ୍ଧ୍ୟା ସମୟରେ ୧୦-୧୫ମିନିଟ୍‌ ସୂର୍ଯ୍ୟକିରଣର ସଂସ୍ପର୍ଶରେ ଆସିବା ଦ୍ୱାରା ଶରୀରରେ ଭିଟାମିନ୍‌ ଡ଼ିର ସ୍ତର ୯୦ପ୍ରତିଶତ ପର୍ଯ୍ୟନ୍ତ ବଢ଼ି ଯାଇଥାଏ । ପ୍ରତିଦିନ ଏପରି କରିବା ଦ୍ୱାରା ଆଣ୍ଠୁ-ଗଣ୍ଠିର ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ମଧୁମେହ ରୋଗୀ ଏବଂ ହୃଦ୍‌ରୋଗୀମାନେ ଶୀତ ଦିନିଆ କଅଁଳ ଖରାରେ ବସିବା ଦ୍ୱାରା ସେମାନଙ୍କୁ ଅନେକ ଲାଭ ମିଳିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More