Only for Entertainment

ତରକାରୀରେ ଅଧିକ ଲୁଣ ପଡ଼ି ଯାଇଥିଲେ କିଭଳି ଠିକ କରିବେ ।

NDTV Food
128

ବେଳେ ବେଳେ ଅସାବଧାନତା କାରଣରୁ ତରକାରୀରେ ଅଧିକ ଲୁଣ ପଡ଼ିଯାଏ ଯାହା ଦ୍ୱାରା ଖାଦ୍ୟର ସ୍ୱାଦ ଖରାପ ହୋଇଯାଏ, ବା ବାଧ୍ୟ ହୋଇ ଖାଦ୍ୟକୁ ଫିଙ୍ଗିବାକୁ ପଡ଼ିଥାଏ, କିନ୍ତୁ ଯଦି ଏହାକୁ ଠିକ କରିବାର କିଛି ସରଳ ଉପାୟ ମିଳିବ ତେବେ କିଭଳି ହେବ । ଆଜି ଆମେ ଆପଣଙ୍କୁ ସେହିଭଳି କିଛି ଟିପ୍ସ ଦେବୁ ଯାହା ଦ୍ୱାରା ଆପଣଙ୍କ ଖାଦ୍ୟର ସ୍ୱାଦ ଅତି ସହଜରେ ଫେରି ଆସିବ । ଆସନ୍ତୁ ଆଲୋଚନା କରିବା ।

୧. ଯଦି ତରକାରୀରେ ଅଧିକ ଲୁଣ ହୋଇଯାଇଛି ତେବେ ଆଳୁକୁ ଧୋଇ ଚୋପା ଛଡ଼ାଇ ଖଣ୍ଡ ଖଣ୍ଡ କରି କାଟି ଦିଅନ୍ତୁ ଏବଂ ଏହାକୁ ତରକାରୀରେ ପକାଇ ଦିଅନ୍ତୁ । ଧ୍ୟାନ ରଖିବେ ଯେପରି ଏହା ତରକାରୀରେ ୨୦ ମିନିଟ ପର୍ଯ୍ୟନ୍ତ ବୁଡ଼ି ରହେ । ଏଭଳି କରିବା ଦ୍ୱାରା ଆଳୁ ଅତ୍ୟଧିକ ଲୁଣକୁ ଶୋଷି ନିଏ ।

୨. ତରକାରୀରେ କିଛି ଅଟା ବା ମଇଦା ଗୁଳାକୁ ପକାଇ ଦିଅନ୍ତୁ । ତରକାରୀର ପରିମାଣ ଅନୁସାରେ ଗୁଳା ପକାଇବେ । ଅଟା ଗୁଳା ଅତ୍ୟଧିକ ଲୁଣ ଶୋଷି ନେବ ।

୩. ତରକାରୀରେ କିଛି ଫ୍ରେଶ କ୍ରିମ ପକାଇ ଦିଅନ୍ତୁ । ଏହା ଦ୍ୱାରା ଲୁଣି ଅଂଶ କମ ହୋଇଯିବ ଏବଂ ତରକାରୀ ସ୍ୱାଦିଷ୍ଟ ଲାଗିବ ।

୪. ତରକାରୀରେ ଆପଣ ସିଝା ଆଳୁ ମିଶାଇ ପାରିବେ । ଏହା ଦ୍ୱାରା ଆପଣଙ୍କର ଆଉ ଏକ ନୂଆ ଡିସ ହୋଇଯିବ ।

୫. ଅତ୍ୟଧିକ ଲୁଣରୁ ବଂଚିବା ପାଇଁ କିଛି ଦହି ମଧ୍ୟ ପକାଇ ପାରିବେ । ଏହା ସବୁଠାରୁ ଖାସ ଉପାୟ ।

୬. ଖୀର ମଧ୍ୟ ପକାଇ ପାରିବେ । ଏହା ଠିକ ଦହି ଭଳି କାମ କରେ ।

୭. ଭଜା ପିଆଜ ପକାଇବା ଦ୍ୱାରା ମଧ୍ୟ ଲୁଣ କମ ହୋଇଯିବ । କିମ୍ବା ଏକ ପିଆଜକୁ ଦୁଇ ଫାଳ କରି ପକାନ୍ତୁ । ଏହା ଦ୍ୱାରା ଥିବା ଅତ୍ୟଧିକ ଲୁଣ ଶୋଷି ହୋଇଯିବ । ୨୦ ମିନିଟ ପରେ ପିଆଜକୁ ବାହାର କରି ଦିଅନ୍ତୁ ।

୮. ୧ ଚାମଚ ଭିନେଗାରରେ ୧ ଚାମଚ ଚିନି ମିଶାଇ ପକାନ୍ତୁ । ଏହା ଦ୍ୱାରା ତରକାରୀ ଠିକ ହୋଇଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More