ଶୌଚାଳୟକୁ ମୋବାଇଲ ଧରି ଯାଉଛନ୍ତି କି ? ତେବେ ହୋଇଯାନ୍ତୁ ସାବଧାନ !
ଆଜିକାଲି ସମୟରେ ମୋବାଇଲ୍ ଫୋନ୍ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନ ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଯାଇଛି କହିଲେ ଚଳେ । ଫୋନ୍ଠାରୁ ଗୋଟେ ମୁହୁର୍ତ୍ତ ଅଲଗା ହେବା କଷ୍ଟକର ବ୍ୟାପାର । ଯେକୌଣସି କାମ କରୁଥାଉ ନା କାହିଁକି, ଫୋନ୍କୁ ସାଙ୍ଗରେ ନେଇ ଯିବା ଅନେକଙ୍କ ପସନ୍ଦ। ଅନେକ ଲୋକ ଫୋନ୍କୁ ଶୌଚାଳୟ ନେଇ ଯାଇଥାନ୍ତି । ତେବେ ଏହା ଆପଣଙ୍କ ପାଇଁ କେତେ କ୍ଷତିକାରକ ତାହା ଆପଣ ଜାଣନ୍ତି କି ?
– କିଛିଲୋକ ଟୟଲେଟ କିମ୍ବା ବାଥ୍ରୁମରେ ମୋବାଇଲ ଫୋନ ବ୍ୟବହାର କରି ନ ଥାନ୍ତି କିନ୍ତୁ ସେମାନେ ସେଠାକୁ ଫୋନ ନେଇ ଯିବା ଫଳରେ ଏହି ବ୍ୟାକ୍ଟେରିଆ ଫୋନକୁ ପ୍ରବେଶ କରିଥାଏ ।
– ଅନେକ ଭାବନ୍ତି ଶୌଚାଳୟରୁ ବାହାରି ହାତ ଧୋଇଦେଲେ ବ୍ୟାକ୍ଟେରିଆ ମରିଯିବେ। କିନ୍ତୁ ପ୍ରକୃତରେ ସେମିତି ହୋଇ ନ ଥାଏ। ମୋବାଇଲରେ ଲାଗିଥିବା ବ୍ୟାକ୍ଟେରିଆ ହାତକୁ ଆସିଥାଏ ଏବଂ ଆମେ ଯାହା ଖାଇଥାଉ ତାହା ଆମ ହାତ ଦେଇ ପାଟିକୁ ଯାଇଥାଏ। ଏହା ଆମପାଇଁ ଅଧିକ କ୍ଷତିକାରକ ହୋଇଥାଏ। ଫଳରେ ଜଣେ ଅନେକ ରୋଗର ଶିକାର ହେଇଥାଏ । ଏହିକାରଣରୁ ମୋବାଇଲକୁ ଶୌଚାଳୟରେ ନିଜ ଠାରୁ ଦୂରେ ରଖନ୍ତୁ ।
– ସାଧାରଣତଃ ପ୍ଲାଷ୍ଟିକ ଏବଂ ରବରରେ ନିର୍ମିତ ମୋବାଇଲ କଭରରେ ବ୍ୟାକ୍ଟେରିୟା ସହଜରେ ପ୍ରବେଶ କରିଥାନ୍ତି । ଶୌଚାଳୟରୁ ଏହି ବ୍ୟାକ୍ଟେରିଆ ଆମ ଫୋନ୍କୁ ପ୍ରବେଶ କରିଥାନ୍ତି ଏବଂ ଅଜାଣତରେ ହେଉ ନା କାହିଁକି ଏହା ଆମେ ଜାଣିପାରି ନ ଥାଉ । ମାତ୍ର ଏହା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ ।