Only for Entertainment

କାହିଁକି ବାଘଛାଲ ଧାରଣ କରନ୍ତି ପ୍ରଭୁ ଶିବ?

284

ଆପଣ ପ୍ରଭୁ ଭଗବାନଙ୍କର ଯେତେ ମଧ୍ୟ ଛବି ଦେଖିଥିବେ ସେଥିରେ ସାଧାରଣ ଥିବ ବାଘଛାଲ । ଯାହାକୁ ସେ ଧାରଣ କରନ୍ତି । କିନ୍ତୁ ଆଜି ମଧ୍ୟ ଅଧିକାଂଶ ଲୋକ ଏହା ଜାଣନ୍ତି ନାହିଁ ଯେ କାହିଁକି ଭଗବାନ ଶିବ ବାଘ ଛାଲ ଧାରଣ କରନ୍ତି ।ତେବେ ଏହା ପଛରେ ରହିଛି ଏକ ପୌରାଣିକ କାରଣ, ଆସନ୍ତୁ ଆଲୋଚନା କରିବା ।

ଏକ ପୌରାଣିକ କଥା ଅନୁସାରେ ଯେତେବେଳେ ଶ୍ରୀ ହରି ବିଷ୍ଣୁ ହିରଣ୍ୟକଶ୍ୟପଙ୍କ ବଦ୍ଧ ପାଇଁ ନରସିଂହ ଅବତାର ଧାରଣ କରିଥିଲେ, ସେତେବେଳେ ସେ ଅଧା ମଣିଷ ଏବଂ ଅଧା ସିଂହ ରୂପରେ ଥିଲେ । ପୁରାଣରେ ଉଲ୍ଲେଖ କଥା ଅନୁସାରେ ଭଗବାନ ବିଷ୍ଣୁ ଭଗବାନ ଶିବଙ୍କୁ ସେହି ସମୟରେ ଏକ ଭିନ୍ନ ଉପହାର ଦେବାକୁ ଚାହୁଁଥିଲେ । କୁହାଯାଏ ହିରଣ୍ୟକଶ୍ୟପକୁ ବଦ୍ଧ କରିବା ପରେ ନରସିଂହ ଅବତାର ନେଇଥିବା ଭଗବାନ ବିଷ୍ଣୁ ଖୁବ କ୍ରୋଧରେ ଥିଲେ । ଏହା ଦେଖି ଭୋଳାନାଥ ତାଙ୍କର ଏକ ଅଂଶ ଅବତାର ବୀରଭଦ୍ରଙ୍କୁ ଉତ୍ପନ୍ନ କରି ନୃସିହ ଦେବତାଙ୍କୁ କ୍ରୋଧ ଶାନ୍ତ କରିବା ପାଇଁ କହିଲେ । କୁହାଯାଏ ଯେତେବେଳେ ଭଗବାନ ବିଷ୍ଣୁ ମାନିଲେ ନାହିଁ ସେତେବେଳେ ଶିବ ପ୍ରଭୁଙ୍କ ଅଂଶ ଅବତାର ବୀରଭଦ୍ର ଶରଭ ରୂପ ଧାରଣ କଲେ । ବୀରଭଦ୍ର ଗରୁଡ଼, ସିଂହ ଏବଂ ମନୁଷ୍ୟ ରୂପକୁ ମିଶାଇ ସରଭ ରୂପ ଧାରଣ କରିଥିଲେ । ଏହାପରେ ସରଭ ନୃସିଂହକୁ ଆକ୍ରମଣ କଲେ । ଯାହାପରେ ଆଘାତ ପାଇ ନୃସିଂହ ଶରୀର ତ୍ୟାଗ କଲେ । ସେ ପ୍ରଭୁ ଶିବଙ୍କୁ ଅନୁରୋଧ କଲେ ତାଙ୍କ ଛାଲ ଆସନ କରିବା ପାଇଁ । କହିରଖୁଛୁ ନୃସିଂହ ଏକ ମିଶ୍ରିତ ଶରୀର ଥିଲେ, ଯାହା ଗୋଟିଏ ରୂପ ନଥିଲା । ତେଣୁ ନୃସିହ ଭଗବାନ ଶିବଙ୍କ ଶରୀରରେ ଲୀନ ହୋଇଗଲେ ଏବଂ ଚର୍ମ ଛାଡ଼ିଦେଲେ । କୁହାଯାଏ ସେହି ଦିନଠାରୁ ପ୍ରଭୁ ଶିବ ବାଘ ଛାଲକୁ ଆସନ କରିଛନ୍ତି ।

 

ଶିବ ପୁରାଣ ଅନୁସାରେ ଶିବ ଜଙ୍ଗଲରେ ଖାଲି ଶରୀରରେ ବୁଲୁଥିଲେ । ଥରେ ସେ ଜଙ୍ଗଲର ଏଭଳି ଏକ ସ୍ଥାନରେ ପହଂଚିଲେ ଯେଉଁଠାରେ ଏକାଧିକ ଋଷି ମାନଙ୍କ ଆଶ୍ରମ ଥିଲା । ସେମାନେ ତାଙ୍କ ପରିବାର ସହିତ ରହୁଥିଲେ । ଶିବଙ୍କୁ ଖାଲି ଶରୀରରେ ଦେଖି ସେଠାର ନାରୀମାନେ ବିଭ୍ରାନ୍ତ ହେଲେ । ଏହା କିନ୍ତୁ ଋଷି ମାନଙ୍କୁ ଅଡ଼ୁଆରେ ପକାଇଲା । କାରଣ ନାରୀମାନେ ଶିବଙ୍କ ପ୍ରତି ଆକର୍ଷିତ ହେବାକୁ ଲାଗିଲେ । ଏହାପରେ ଶିବଙ୍କୁ ଏକ ଶିକ୍ଷା ଦେବା ପାଇଁ ଋଷମାନେି ଚିନ୍ତା କଲେ । ଋଷିମାନେ ଏକ ବଡ଼ ଗାତ ଖୋଳି ଶିବଙ୍କ ରାସ୍ତାରେ ଏକ ବାଘକୁ ଛାଡ଼ିଦେଲେ । ଯାହାପରେ ବଗବାନ ଶିବ ବାଘକୁ ତ ମାରିଦେଲେ ତା ସହିତ ତା ଛାଲକୁ ବସ୍ତ୍ର କରି ପିନ୍ଧିଦେଲେ । ଯାହପାରେ ଋଷିମାନେ ଆଶ୍ଚର୍ଯ୍ୟ ହୋଇ ଚିନ୍ତାକଲେଯେ ସେ କୌଣସି ସାଧାରଣ ଋଷି ନୁହଁନ୍ତି ଏବଂ ତତକ୍ଷଣାତ ସେମାନେ ଶିବଙ୍କ ପାଦ ତଳେ ପଡ଼ିଯାଇ ତାଙ୍କୁ ପୂଜା କଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More