Only for Entertainment

୧୩୦ ଫୁଟ ଉଚ୍ଚ ପାହାଡରେ ଏକୁଟିଆ ଘର କରି ରହୁଛନ୍ତି ଏହି ବ୍ୟକ୍ତି, କାରଣ ଖୁବ ଅଦ୍ଭୁତ

Stock Clips
299

ଦୁନିଆରେ ଏପରି ଅନେକ ଅଦ୍ଭୁତ ସ୍ଥାନ ଅଛି ଯେଉଁଠିକୁ ଲୋକ ଯିବା ପାଇଁ ସାହାସ କରନ୍ତି ନାହିଁ । କିନ୍ତୁ ଜର୍ଜିଆ ଜଣେ ସାଧୁ ୧୩୦ ଫୁଟ ଉଚ୍ଚ ପାହାଡରେ ନିଜର ଏକ ଘର ନିର୍ମାଣ କରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟକର ହେଉଛି ସାଧୁ ଜଣଙ୍କ ପାହାଡ ଉପରେ ଏକୁଟିଆ ହିଁ ରୁହନ୍ତି ।

 

ଏହି ସାଧୁଙ୍କ ନାମ ହେଉଛି ମେକ୍ଜିମ । ଏହି ପାହାଡ ଉପରେ ସେ ଗତ ୨୫ ବର୍ଷ ହେବ ଏକୁଟିଆ ରହି ଆସୁଛନ୍ତି । ସାଧୁଙ୍କ କହିବା ଅନୁସାରେ ଏହା ରହିବା ଦ୍ୱାରା ସେ ଭଗବାନଙ୍କର ଆହୁରି ନିକଟତର ହୋଇପାରିଛନ୍ତି ।

ଏହି ପାହାଡ ଉପରୁ ସାଧୁ ଜଣଙ୍କ ସପ୍ତାହରେ ମାତର ଦୁଇ ଥର ତଳକୁ ଆସିଥାନ୍ତି । ପାହାଡ ଉପରକୁ ଚଢିବା ଏବଂ ଓହ୍ଲାଇବା ପାଇଁ ୧୩୧ ଫୁଟର ଏକ ସିଢି ନିର୍ମାଣ କରାଯାଇଛି । ସୁଢି ସାହାର୍ଯ୍ୟରେ ତଳକୁ ଓହ୍ଲାଇବା ପାଇଁ ୨୦ ମିନିଟ ସମୟ ଲାଗିଥାଏ । ଏହି ପାହାଡକୁ ‘କାତରଖୀ ପିଲର’ କୁହାଯାଏ ।

ମୋକଜିମଙ୍କୁ ପସନ୍ଦ କରୁଥିବା ଲୋକେ ସମୟ ସମୟରେ ତାଙ୍କ ଆବଶ୍ୟକୀୟ ଜିନିଷ ଉପରେ ପହଁଚାଇ ଦେଇଥାନ୍ତି । ପାହାଡ ଉପରେ ସାଧୁ ନର୍ମାଣ କରିଥିବା ଏହି ଘରେ ଏକ ପ୍ରାର୍ଥନା କକ୍ଷ ମଧ୍ୟ ରହିଛି । ସେଠାକୁ ଅନେକ ଲୋକେ ପ୍ରାର୍ଥନା ପାଇଁ ମଧ୍ୟ ଯାଇଥାନ୍ତି ।

ମିଡିଆ ରିପୋର୍ଟସ ଅନୁସାରେ ସାଧୁ ହେବା ପୂର୍ବରୁ ମେକଜିମ ନିଜ ଯୁବାବସ୍ଥାରେ ମଦ ଏବଂ ଡ୍ରଗ୍ସ ନେଉଥିଲେ । ଏହାକୁ ନେଇ ଥରେ ଜେଲ ମଧ୍ୟ ଯାଇଥିଲେ ମାତ୍ର ଜେଲରୁ ବାହରକୁ ଆସିବା ପରେ ତାଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଥିଲା ଏବଂ ସେ ସାଧୁ ହୋଇଗଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More