Only for Entertainment

ଖୋଲା ଆକାଶ ତଳେ ହେଲା ଶବ ବ୍ୟବଚ୍ଛେଦ, ଦେଖିବାକୁ ଭିଡ ଜମିଲା ଲୋକଙ୍କର !

27

ରାଜସ୍ତାନରେ ଏକ ଏଭଳି ମାମଲା ସାମ୍ନାକୁ ଆସିଛି ଯାହା ମାନବତାକୁ ଲଜ୍ଜିତ କରିଛି । ମାମଲା ହେଉଛି ରାଜ୍ୟ ଭଗତପୁର ସ୍ଥିତ କାଂମା ହସ୍ପିଟାଲର , ଯେଉଁଠାରେ ଡାକ୍ତର ଖୋଲା ଆକାଶ ତଳେ ହିଁ ଶବ ବ୍ୟବଚ୍ଛେଦ କରିଛନ୍ତି । ହସ୍ପିଟାଲ ସମ୍ମୁଖରେ ଖୋଲା ଆକାଶ ତଳେ ଶବ ବ୍ୟବଚ୍ଛେଦ ହେବା କାରଣରୁ ଲୋକଙ୍କ ଭିଡ ସେଠାରେ ଜମି ଥିଲା ।

ଏହି ଘଟଣା ଭରତପୂର ଜିଲ୍ଲାର ସୋନଖର ଗାଁର , ଯେଉଁଠାରେ ମଙ୍ଗଳବାରକୁ ଏକ ପୋଖରୀ ପାଖରେ ସନ୍ଦେହ ଜନକ ମୃତ୍ୟୁ ଘଟିଥିଲା । ପରେ ଏହି ମୃତବ୍ୟକ୍ତିଙ୍କ ପରିଚୟ ମିଳିଥିଲା । ବ୍ୟକ୍ତି ଜଣକ ନାଁ କିଶୋର ସିଂ । ପୁଲିସ କହିବା ମୁତାବକ ମୃତ ବ୍ୟକ୍ତି ଜଣକ ନହର ପାଖରେ କାମ କରୁଥିଲେ ଏବଂ ଅଚାନକ ସେ ଭାରସାମ୍ୟ ହରାଇ ନହର ପାଖରେ ପଡି ଯାଇଥିଲେ । ଏହା ପରେ ପୁଲିସ ଶବକୁ ନେଇ ହସ୍ପିଟାଲରେ ପହଂଚିଥିଲା, ମାତ୍ର ଶରୀରକୁ ଷ୍ଟ୍ରେଚରରେ ବାହାରେ ରଖାଯାଇ ବ୍ୟବଚ୍ଛେଦ କରାଗଲା । ଏହି କାରଣରୁ ସେଠାକାର ସ୍ଥାନୀୟ ବାସିନ୍ଦା ତାତି ଉଠିଥିଲେ । ।

ସୋସିଆଲ ମିଡିଆର ଏହି ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି । ପୂର୍ବ ୩ମାସ ମଧ୍ୟରେ ଏଭଳି ଦ୍ୱିତୀୟ ଘଟଣା ଘଟିଛି , ଯେଉଁଥିରେ ଖୋଲା ଆକାଶ ତଳେ ମୃତ ଶରୀର ବ୍ୟବଚ୍ଛେଦ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More