Only for Entertainment

ଝିଅର ବାହାଘର ପାଇଁ କୋଟିପତି ବାପାଙ୍କ ଅଜବ ଘୋଷଣା !

lastly
56

ପ୍ରତିଦିନ କଛି ନା କିଛି ଅଜବ ଘଟଣା ସାମ୍ନାକୁ ଆସିଥାଏ । ଏବେ ଜଣେ କୋଟିପତି ବ୍ୟକ୍ତି ନିଜ ଝିଅର ବିବାହ କରିବା ପାଇଁ ଯେଉଁ ଘୋଷଣା କରିଛନ୍ତି, ତାହାକୁ ନେଇ ସବୁଆଡ଼େ ଚର୍ଚ୍ଚା । ଯିଏ ତାଙ୍କ ଝିଅକୁ ବିବାହ କରିବ, ତାକୁ ୨କୋଟି ଟଙ୍କା ଦିଆଯିବ ବୋଲି ଘୋଷଣା କରିବା ପରେ ଏବେ ବିବାହ ପାଇଁ ଯୁବକଙ୍କ ଭିଡ଼ ଲାଗୁଥିବା ଜଣାପଡ଼ିଛି । ଥାଇଲାଣ୍ଡର ଚୁମ୍ଫୋନରେ ରହୁଥିବା ବ୍ୟକ୍ତିଙ୍କ କାମ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ସୂଚନା ମୁତାବକ, ଚୁମ୍ଫୋନରେ ରହୁଥିବା ଆର୍‌ନନ୍‌ ରଡ୍‌ଥଙ୍ଗ ନିଜ ୨୬ବର୍ଷୀୟ ଝିଅର ବିବାହ ହୋଇ ପାରୁ ନଥିବାରୁ ଏଭଳି କରିବା ପାଇଁ ଚିନ୍ତା କରିଥିଲେ । ଆର୍‌ନନ୍‌ଙ୍କ ଝିଅ କର୍‌ନିଷ୍ଟା ସ୍ନାତକ ହାସଲ କରି ସାରିଥିବା ସହ ଚାଇନିଜ୍‌ ଏବଂ ଇଂରାଜୀ ଭାଷା ଖୁବ୍‌ ଭଲ ଭାବରେ କହି ପାରୁଛନ୍ତି । ଏତେ ସବୁ ପରେ ମଧ୍ୟ କର୍‌ନିଷ୍ଟାଙ୍କ ବିବାହ ହୋଇ ପାରୁ ନଥିବାରୁ ଆର୍‌ନନ୍‌ ୨କୋଟି ଟଙ୍କାର ଉପହାର ରାଶି ଘୋଷଣା କରିଛନ୍ତି ।

arnon-rodthong-featured

କିନ୍ତୁ ନିଜ ଝିଅ ପାଇଁ ସେ ୩ଟି ଗୁଣ ଥିବା ବର ଖୋଜୁଥିବା ନେଇ ସ୍ପଷ୍ଟ କରିଛନ୍ତି । ଏହି ୩ଟି ଗୁଣ ଥିଲେ ଯାଇ ତାଙ୍କ ଝିଅକୁ ବିବାହ କରି ପାରିବ ବୋଲି ଆର୍‌ନନ୍‌ ଜଣାଇଛନ୍ତି । ତାଙ୍କ ଝିଅକୁ ବିବାହ କରିବା ପାଇଁ ହେଲେ, ପ୍ରଥମେ ବର ସେତେଟା ଚାଲାକ ନହେଲେ ବି ଚଳିବା କିନ୍ତୁ ଲେଖି ଏବଂ ପଢ଼ି ଜାଣିବା ଦରକାର । ଦ୍ୱିତୀୟରେ ଅଳସୁଆ ନ ହୋଇ କଠିନ ପରିଶ୍ରମ କରିବାରେ ବିଶ୍ୱାସ ରଖୁଥିବ । ତୃତୀୟରେ କଞ୍ଜୁସ ହୋଇ ନଥିବା ଦରକାର ବୋଲି କହିଛନ୍ତି ଆର୍‌ନନ୍‌ । ଆର୍‌ନନ୍‌ ଜଣେ ଡୁରିଆନ୍‌ କୃଷକ ହୋଇଥିବା ବେଳେ ଝିଅର ବିବାହ ପରେ ତାଙ୍କ ଜ୍ୱାଇଁ ସେ ସବୁ ସମ୍ଭାଳୁ ବୋଲି ସେ ଇଚ୍ଛା ରଖିଛନ୍ତି । ଯାହା ପାଇଁ ସେ ଏହି ୩ଟି ଗୁଣ ଥିବା ଯୁବକ ଖୋଜୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More