Only for Entertainment

ଅଭିଷେକ ଖୋଲିଲେ ରାଜ ।ଏହି କାରଣରୁ ୨ ବର୍ଷ ହେବ କରିନଥିଲେ ଫିଲ୍ମ ।

youtube
0 62

ବଲିଉଡରେ ପ୍ରାୟ ୨ ବର୍ଷ ପରେ ଅଭିଷେକ ବଚ୍ଚନ ପରଦାକୁ ଫିଲ୍ମ ମନମର୍ଜିୟାଁରେ ଫେରିଛନ୍ତି । ସେ ଏକ ମିଡିଆକୁ ଇଂଟରଭ୍ୟୁ ଦେବା ସମୟରେ କାହିଁକି ଏତେ ଦିନ ଧରି ପରଦାରୁ ଦୂରେଇ ରହିଥିଲେ କହିଛନ୍ତି । ଏହା ସହିତ ଐଶ୍ଚର୍ଯ୍ୟାଙ୍କର କ’ଣ ରିଆକ୍ସନ ଥିଲା ତାହା ମଧ୍ୟ କହିଛନ୍ତି ।

ଅଭିଙ୍କ କହିବା ଅନୁସାରେ ସେ ତାଙ୍କ କ୍ୟାରଅରରେ ସବୁକିଛି ଭିନ୍ନ କରିବାକୁ ଚାହାଁନ୍ତି । ପ୍ରଥମେ ରିଲିଜ ହୋଇଥିବା ତାଙ୍କ ଫିଲ୍ମ ଚଏସକୁ ସେ ଏବେ ବଦଳାଇବାକୁ ଚାହୁଁଛନ୍ତି । ସେଥିପାଇଁ ସେ ବହୁ ଦିନ ଅପେକ୍ଷା ମଧ୍ୟ କରିଛନ୍ତି ଏହା ସହିତ ତାଙ୍କ ପରିବାର ଖୁବ ସପୋର୍ଟ ମଧ୍ୟ କରିଥିବା ସେ କହିଛନ୍ତି । ତେବେ ତାଙ୍କ ବାପା ଅମିତାଭ ତାଙ୍କ ସପୋର୍ଟ କରିବାର କାରଣ ହେଉଛି ସେ ମଧ୍ୟ ଏହିଭଳି ଥିଲେ । ସେ ଭଲ ଫିଲ୍ମ ପାଇଁ ପ୍ରାୟ ୫ ବର୍ଷ ଅପେକ୍ଷା କରିଥିଲେ ।

ଐଶ୍ଚର୍ଯ୍ୟାଙ୍କ ପ୍ରତିକ୍ରିୟା ବିଷୟରେ ପଚାରିବାରୁ ସେ କହିଲେଯେ ଐଶ ମଧ୍ୟ ତାଙ୍କୁ ଖୁବ ସପୋର୍ଟ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More