Only for Entertainment

ରବିବାର ଖାସ ରେସିପି ଇଣ୍ଡିଆନ ଟମାଟୋ ଚିକେନ ।

youtube
0 71

ଏକ ବାଉଲରେ ଚିକେନ,ଲୁଣ,ଗୋଲମରିଚ ଗୁଣ୍ଡ ପକାଇ ୩୦ ମିନିଟ ପର୍ଯ୍ୟନ୍ତ ମ୍ୟାରନେଟ କରି ରଖନ୍ତୁ । ପ୍ୟାନରେ ୨ ଚାମଚ ତେଲ ଗରମ କରି ୧ ଚାମଚ ଅଦା ଓ ରସୁଣ ବଟା ପକାଇ ଭଲ ଭାବରେ ଭାଜନ୍ତୁ । ୧ଟି ଡାଳଚିନିି ଓ ତେଜପତ୍ର ପକାନ୍ତୁ । ଏବେ ପିଆଜ ବଟା ପକାଇ ଭଲ ଭାବରେ ଭାଜନ୍ତୁ । କଂଚା ବାସ୍ନା ଯିବା ପରେ ହଳଦୀ ପକାନ୍ତୁ । ଏହାପରେ ଚିକେନକୁ ମିଶାନ୍ତୁ । ଏହାପରେ ଟମାଟୋପ୍ୟୁରି ପକାଇ ୭ରୁ ୧୦ ମିନିଟ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ ।

 

ପରେ ଲବଙ୍ଗ,ଜାଇଫଳ,ଗୁଜୁରାତି ଗୁଣ୍ଡ,ଜିରା ପାଉଡର ଓ ଲୁଣ ପକାଇ ଭଲ ଭାବରେ ମିଶାନ୍ତୁ ଓ ୨୦ରୁ ୨୫ ମିନିଟ ପକାନ୍ତୁ । ଏହାକୁ ଧନିଆପତ୍ରରେ ଗାର୍ନିସ କରନ୍ତୁ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More